ଘର ଆଗରୁ ବୁଲେଟ ଚୋରି: ଥାନାରେ ଏତଲା

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମର କାଳୁ ଜେନାଙ୍କ ଘର ଆଗରୁ ବୁଲେଟ ମୋଟର ସାଇକେଲ (ନଂ.ଓଡି ୦୭ ୱାଇ ୦୩୪୧)କୁ କୌଣସି ଦୁର୍ବୃତ୍ତ ଗତ ଅଗଷ୍ଟ ୨୮ ତାରିଖ ରାତିରେ ଚୋରିକରି ନେଇଯାଇଥିଲେ। ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ମିଳିପାରିନାହିଁ। ଏ ନେଇ ବୁଲେଟ୍‌ ମାଲିକ କାଳୁ ମଙ୍ଗଳବାର ଥାନାରେ ଏତଲା ଦେବା ପରେ ପୋଲିସ ନଂ. ୧୭୯/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।