ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ ୭ ଗୁଣ ଅଧିକ ବୋଲି ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍‌ଏସ୍‌ଏସ୍‌) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ହାରାହାରି ପ୍ରାୟ ୪,୪୫୨ ଟଙ୍କା ରହିଥିବା ବେଳେ ଏହା ଘରୋଇ ହସ୍ପିଟାଲ କ୍ଷେତ୍ରରେ ୩୧,୮୪୫ ଟଙ୍କା ରହିଛି। ଏହି ରିପୋର୍ଟରେ ପ୍ରସବ ଜନିତ ଖର୍ଚ୍ଚ ପ୍ରସଙ୍ଗକୁ ସାମିଲ କରାଯାଇ ନାହିଁ। ୨୦୧୭-୧୮ର ଜୁଲାଇ-ଜୁନ ମଧ୍ୟରେ ହୋଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ସହରାଞ୍ଚଳରେ ସରକାରୀ ହସ୍ପିଟାଲର ଖର୍ଚ୍ଚ ପ୍ରାୟ ୪,୮୩୭ ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪୨୯୦ ଟଙ୍କା ରହିଛି।
ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗ୍ରାମାଞ୍ଚଳରେ ପ୍ରାୟ ୨୭,୪୩୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହରାଞ୍ଚଳରେ ଏହା ୩୮,୮୨୨ ଟଙ୍କା ରହିଛି। ଗ୍ରାମାଞ୍ଚଳରେ ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ପରିବାର ପିଛା ହାରାହାରି ଖର୍ଚ୍ଚ ୧୬,୬୭୬ ଟଙ୍କା ରହିଛି। ଏହା ସହରାଞ୍ଚଳରେ ୨୬, ୪୭୫ ଟଙ୍କା ରହିଛି। ୧.୧୩ ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି। ପୂର୍ବରୁ ଏଭଳି ସର୍ଭେ ୧୯୯୫-୯୬, ୨୦୦୪ ଏବଂ ୨୦୧୪ରେ କରାଯାଇଥିଲା। ଚିକିତ୍ସା ଲାଗି ୪୨% ଲୋକ ସରକାରୀ ଡାକ୍ତରଖାନାକୁ ଚୟନ କରୁଥିବା ବେଳେ ୫୫% ଲୋକ ଘରୋଇ କ୍ଷେତ୍ର ହସ୍ପିଟାଲକୁ ଚୟନ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ଅନୁପାତ ୨.୭% ରହିଛି। ପ୍ରସବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସରକାରୀ ହସ୍ପିଟାଲ ଖର୍ଚ୍ଚ ପ୍ରାୟ ୨୪୦୪ ଟଙ୍କା ଥିବା ବେଳେ ଏହା ଘରୋଇ ହସ୍ପିଟାଲରେ ୨୦,୭୮୮ ଟଙ୍କା ରହିଛି। ସେହିଭଳି ସହରର ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ଲାଗି ଉକ୍ତ ବର୍ଗରେ ଯଥାକ୍ରମେ ୩,୧୦୬ ଟଙ୍କା ଏବଂ ୨୯,୧୦୫ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri