ଘରୋଇ ସଂସ୍ଥା ହାତକୁ ଗଲା ସେସୁ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିିକ ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା (ସେସୁ)ର ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ ହାତରେ ନ୍ୟସ୍ତ କରାଯାଇଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଟାଟାକୁ ଲେଟର ଅଫ ଇଣ୍ଟଣ୍ଟେ(ଏଓଆଇ) ପ୍ରଦାନ କରିଛନ୍ତି। ଟେଣ୍ଡର ଦୌଡ଼ରେ ଏହି କମ୍ପାନୀ ଆଗରେ ଥିବାରୁ ସେସୁର ୫ଟି ବିଦ୍ୟୁତ୍‌ ଡିଭିଜନର ବିଦ୍ୟୁତ୍‌ ବିତରଣ ପାଇଁ ଲାଇସେନ୍ସ ହାସଲ କରିଛି। ସେହି ୫ଟି ସର୍କଲ ହେଲା ଭୁବନେଶ୍ୱର(ବିଦ୍ୟୁତ୍‌ ସର୍କଲ-୧ ଓ ୨ ) କଟକ, ପାରାଦୀପ ଏବଂ ଢେଙ୍କାନାଳ। ଆସନ୍ତା ୨୫ ବର୍ଷ ପାଇଁ ଉକ୍ତ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଟାଟା ପାଓ୍ବାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସ୍ପେଶାଲ ପର୍ପସ ଭେହିକିଲ (ଏସପିଭି) ଗଠନ କରାଯିବ। ଏଥିରେ ଓଡ଼ିଶା ସରକାରଙ୍କ ଅଂଶଧନ ୪୯ ପ୍ରତିଶତ ରହିବ। ଟାଟା ପାଓ୍ବାର ହାତରେ ୫୧ ପ୍ରତିଶତ ଅଂଶଧନ ରହିବ। ନୂତନ ଭାବେ ଏହାର ପରିଚାଳନା କରିବାକୁ କମ୍ପାନୀକୁ କ୍ଷମତା ଦିଆଯାଇଛି।
ସେସୁର ପରିସୀମା ୩୦ ହଜାର ବର୍ଗ କିଲୋମିଟର ହୋଇଥିବାବେଳେ ଏହାର ୨.୫ ନିୟୁତ ବିଦ୍ୟୁତ୍‌ ଉପଭୋକ୍ତା ରହିଛନ୍ତି। ସେସୁର ଅଞ୍ଚଳ ପାଇଁ ଦୈନିକ ୧୩୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ପଡୁଛି। ଏହା ପୂର୍ବରୁ ଟାଟା ପାଓ୍ବାର ମୁମ୍ବାଇ, ଦିଲ୍ଲୀ ଏବଂ ଆଜମୀରର ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥା ପରିଚାଳନା କରୁଛି। ଏ ସମସ୍ତ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୨.୫ ନିୟୁତ ହେବ। ସେସୁ ଏବଂ ଉକ୍ତ ଅଞ୍ଚଳକୁ ମିଶାଇଲେ ମୋଟ ୫ ନିୟୁତ ବିଦ୍ୟୁତ୍‌ ଉପଭୋକ୍ତାର ପରିଚାଳନା ଭାର କମ୍ପାନୀ ଉପରେ ରହିବ। ଦେଶରେ ଟାଟା ପାଓ୍ବାର ସରକାରୀ ଘରୋଇ ଭାଗୀଦାରି(ପିପିପି) ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ, ପରିବହନ ଓ ବଣ୍ଟନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ଏବେ କମ୍ପାନୀ ପିପିପି ମୋଡ୍‌ରେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବଣ୍ଟନ କରିବା ନେଇ ପଦକ୍ଷେପ ନେବ।
ରାଜ୍ୟ ସରକାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ସଜାଡ଼ିବା ସହ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଉନ୍ନତ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ୧୯୯୯ ପରେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। ସେସୁକୁ ଆମେରିକାର ଏକ ସଂସ୍ଥା ଏଇଏସ୍‌ ନାମକ ଏକ କମ୍ପାନୀ ନେଇଥିଲା। ସେହିପରି ନେସ୍‌କୋ,ସାଉଥକୋ, ଓ୍ବେସ୍‌କୋ ବିଦ୍ୟୁତ ବଣ୍ଟନ କମ୍ପାନୀର ପରିଚାଳନା ଭାର ବିଏସ୍‌ଇଏସ୍‌ ନାମକ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଉକ୍ତ କମ୍ପାନୀକୁ ୨୦୧୫ରେ ଉକ୍ତ ୩ଟି ବଣ୍ଟନ କମ୍ପାନୀର ପରିଚାଳନା ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ମାତ୍ର ବିଏସ୍‌ଇ ୨୦୦୧ରେ ସେସୁ ଚୁକ୍ତିରୁ ଓହରି ଯାଇଥିଲା। ସେବେଠାରୁ ଓଇଆରସି ଏହାର ପରିଚାଳନା ଭାର ମୁଣ୍ଡାଇ ଥିଲା। ସେସୁକୁ ଘରୋଇ କମ୍ପାନୀ ହାତରେ ନ୍ୟସ୍ତ କରିବାକୁ ପୁଣି ଟେଣ୍ଡର ଡକାଯାଇଥିଲା। ସେହି ଟେଣ୍ଡରରେ ଟାଟା କମ୍ପାନୀ ସହ ଇଣ୍ଡିଆ ପାଓ୍ବାର କର୍ପୋରେଶନ ସାମିଲ ହୋଇଥିଲା। ଶେଷରେ ଟାଟାକୁ ସେସୁ ପରିଚାଳନା ଭାର ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ ସେସୁ ଉପରେ ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଥିବା ବେଳେ ବିଶ୍ୱବ୍ୟାଙ୍କ ଏବଂ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ଋଣ ପରିମାଣ ୨୯୦୮.୫୫ କୋଟିରେ ପହଞ୍ଚିଲାଣି। ସେସୁ ଉପରେ ଗ୍ରୀଡକୋ ବକେୟା ୧୦୭୫.୯୨ କୋଟି ଥିବାବେଳେ ଓ୍ବେସ୍‌କୋ ୧୧୧୮.୯୨ କୋଟି, ନେସ୍କୋ ୮୮୨.୦୬ କୋଟି ଏବଂ ସାଉଥ୍‌କୋ ଉପରେ ୮୬୦.୫୮ କୋଟି ବାକି ପଡିଛି। ସେହିପରି ସେସୁ ନେଇଥିବା ୧୭୯୭ କୋଟି ଟଙ୍କା ପଇଠ କରୁ ନ ଥିବାବେଳେ ଓ୍ବେସକୋ ୩୦୭.୯୩, ନେସ୍କୋ ୩୯୩.୭୮ କୋଟି ଏବଂ ସାଉଥ୍‌କୋ ୩୦୯.୫୫ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି। ବେଳକୁ ବେଳ ଆର୍ଥିକ ବୋଝ ଗ୍ରୀଡ୍‌କୋ ଏବଂ ସରକାରଙ୍କ ଉପରେ ବଢ଼ିଚାଲିଛି। ଅନ୍ୟ ପକ୍ଷରେ ସେସୁ ଅଞ୍ଚଳରେ ବୈଷୟିକ ଓ ବାଣିଜି୍ୟକ (ଏଟି ଆଣ୍ଡ ସି) କ୍ଷତି ୩୫ ପ୍ରତିଶତ ରହିଛି।
ଦିଲ୍ଲୀ, ବମ୍ବେ ଏବଂ ଆଜମେରରେ ବିଦ୍ୟୁତ୍‌ ବଣ୍ଟନ ଅଭିଜ୍ଞତା ଥିବାରୁ ଓଡ଼ିଶାରେ ଆମେ ୨୪ ଘଣ୍ଟିଆ ନିରନ୍ତର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଆଶା ରଖିଛୁ ବୋଲି କମ୍ପାନୀର ସଭାପତିି ସଞ୍ଜୟ ବାଙ୍ଗା କହିଛନ୍ତି। ଟାଟା ପାଓ୍ବାର ବିଦ୍ୟୁତ୍‌ ବିତରଣରେ ବହୁତ ଅଭିଜ୍ଞତା ରହିଛି। ୨୦୦୨ରେ ଦିଲ୍ଲୀ ବିଦ୍ୟୁତ୍‌ ବୋର୍ଡକୁ ଘରୋଇକରଣ କରାଯାଇ ପିପିପି ମୋଡ୍‌ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଟାଟା ପାଓ୍ବାର କମ୍ପାନୀ ହାତକୁ ନେବା ପରେ ଏଟି ଆଣ୍ଡ ସି କ୍ଷତି ୫୩ ପ୍ରତିଶତରୁ ଖସି ୮ ପ୍ରତିଶତକୁ ଚାଲି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri