ଘରୋଇ ସଂସ୍ଥା ହାତକୁ ଗଲା ସେସୁ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିିକ ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା (ସେସୁ)ର ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ ହାତରେ ନ୍ୟସ୍ତ କରାଯାଇଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଟାଟାକୁ ଲେଟର ଅଫ ଇଣ୍ଟଣ୍ଟେ(ଏଓଆଇ) ପ୍ରଦାନ କରିଛନ୍ତି। ଟେଣ୍ଡର ଦୌଡ଼ରେ ଏହି କମ୍ପାନୀ ଆଗରେ ଥିବାରୁ ସେସୁର ୫ଟି ବିଦ୍ୟୁତ୍‌ ଡିଭିଜନର ବିଦ୍ୟୁତ୍‌ ବିତରଣ ପାଇଁ ଲାଇସେନ୍ସ ହାସଲ କରିଛି। ସେହି ୫ଟି ସର୍କଲ ହେଲା ଭୁବନେଶ୍ୱର(ବିଦ୍ୟୁତ୍‌ ସର୍କଲ-୧ ଓ ୨ ) କଟକ, ପାରାଦୀପ ଏବଂ ଢେଙ୍କାନାଳ। ଆସନ୍ତା ୨୫ ବର୍ଷ ପାଇଁ ଉକ୍ତ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଟାଟା ପାଓ୍ବାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସ୍ପେଶାଲ ପର୍ପସ ଭେହିକିଲ (ଏସପିଭି) ଗଠନ କରାଯିବ। ଏଥିରେ ଓଡ଼ିଶା ସରକାରଙ୍କ ଅଂଶଧନ ୪୯ ପ୍ରତିଶତ ରହିବ। ଟାଟା ପାଓ୍ବାର ହାତରେ ୫୧ ପ୍ରତିଶତ ଅଂଶଧନ ରହିବ। ନୂତନ ଭାବେ ଏହାର ପରିଚାଳନା କରିବାକୁ କମ୍ପାନୀକୁ କ୍ଷମତା ଦିଆଯାଇଛି।
ସେସୁର ପରିସୀମା ୩୦ ହଜାର ବର୍ଗ କିଲୋମିଟର ହୋଇଥିବାବେଳେ ଏହାର ୨.୫ ନିୟୁତ ବିଦ୍ୟୁତ୍‌ ଉପଭୋକ୍ତା ରହିଛନ୍ତି। ସେସୁର ଅଞ୍ଚଳ ପାଇଁ ଦୈନିକ ୧୩୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ପଡୁଛି। ଏହା ପୂର୍ବରୁ ଟାଟା ପାଓ୍ବାର ମୁମ୍ବାଇ, ଦିଲ୍ଲୀ ଏବଂ ଆଜମୀରର ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥା ପରିଚାଳନା କରୁଛି। ଏ ସମସ୍ତ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୨.୫ ନିୟୁତ ହେବ। ସେସୁ ଏବଂ ଉକ୍ତ ଅଞ୍ଚଳକୁ ମିଶାଇଲେ ମୋଟ ୫ ନିୟୁତ ବିଦ୍ୟୁତ୍‌ ଉପଭୋକ୍ତାର ପରିଚାଳନା ଭାର କମ୍ପାନୀ ଉପରେ ରହିବ। ଦେଶରେ ଟାଟା ପାଓ୍ବାର ସରକାରୀ ଘରୋଇ ଭାଗୀଦାରି(ପିପିପି) ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ, ପରିବହନ ଓ ବଣ୍ଟନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ଏବେ କମ୍ପାନୀ ପିପିପି ମୋଡ୍‌ରେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବଣ୍ଟନ କରିବା ନେଇ ପଦକ୍ଷେପ ନେବ।
ରାଜ୍ୟ ସରକାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ସଜାଡ଼ିବା ସହ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଉନ୍ନତ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ୧୯୯୯ ପରେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। ସେସୁକୁ ଆମେରିକାର ଏକ ସଂସ୍ଥା ଏଇଏସ୍‌ ନାମକ ଏକ କମ୍ପାନୀ ନେଇଥିଲା। ସେହିପରି ନେସ୍‌କୋ,ସାଉଥକୋ, ଓ୍ବେସ୍‌କୋ ବିଦ୍ୟୁତ ବଣ୍ଟନ କମ୍ପାନୀର ପରିଚାଳନା ଭାର ବିଏସ୍‌ଇଏସ୍‌ ନାମକ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଉକ୍ତ କମ୍ପାନୀକୁ ୨୦୧୫ରେ ଉକ୍ତ ୩ଟି ବଣ୍ଟନ କମ୍ପାନୀର ପରିଚାଳନା ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ମାତ୍ର ବିଏସ୍‌ଇ ୨୦୦୧ରେ ସେସୁ ଚୁକ୍ତିରୁ ଓହରି ଯାଇଥିଲା। ସେବେଠାରୁ ଓଇଆରସି ଏହାର ପରିଚାଳନା ଭାର ମୁଣ୍ଡାଇ ଥିଲା। ସେସୁକୁ ଘରୋଇ କମ୍ପାନୀ ହାତରେ ନ୍ୟସ୍ତ କରିବାକୁ ପୁଣି ଟେଣ୍ଡର ଡକାଯାଇଥିଲା। ସେହି ଟେଣ୍ଡରରେ ଟାଟା କମ୍ପାନୀ ସହ ଇଣ୍ଡିଆ ପାଓ୍ବାର କର୍ପୋରେଶନ ସାମିଲ ହୋଇଥିଲା। ଶେଷରେ ଟାଟାକୁ ସେସୁ ପରିଚାଳନା ଭାର ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ ସେସୁ ଉପରେ ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଥିବା ବେଳେ ବିଶ୍ୱବ୍ୟାଙ୍କ ଏବଂ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ଋଣ ପରିମାଣ ୨୯୦୮.୫୫ କୋଟିରେ ପହଞ୍ଚିଲାଣି। ସେସୁ ଉପରେ ଗ୍ରୀଡକୋ ବକେୟା ୧୦୭୫.୯୨ କୋଟି ଥିବାବେଳେ ଓ୍ବେସ୍‌କୋ ୧୧୧୮.୯୨ କୋଟି, ନେସ୍କୋ ୮୮୨.୦୬ କୋଟି ଏବଂ ସାଉଥ୍‌କୋ ଉପରେ ୮୬୦.୫୮ କୋଟି ବାକି ପଡିଛି। ସେହିପରି ସେସୁ ନେଇଥିବା ୧୭୯୭ କୋଟି ଟଙ୍କା ପଇଠ କରୁ ନ ଥିବାବେଳେ ଓ୍ବେସକୋ ୩୦୭.୯୩, ନେସ୍କୋ ୩୯୩.୭୮ କୋଟି ଏବଂ ସାଉଥ୍‌କୋ ୩୦୯.୫୫ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି। ବେଳକୁ ବେଳ ଆର୍ଥିକ ବୋଝ ଗ୍ରୀଡ୍‌କୋ ଏବଂ ସରକାରଙ୍କ ଉପରେ ବଢ଼ିଚାଲିଛି। ଅନ୍ୟ ପକ୍ଷରେ ସେସୁ ଅଞ୍ଚଳରେ ବୈଷୟିକ ଓ ବାଣିଜି୍ୟକ (ଏଟି ଆଣ୍ଡ ସି) କ୍ଷତି ୩୫ ପ୍ରତିଶତ ରହିଛି।
ଦିଲ୍ଲୀ, ବମ୍ବେ ଏବଂ ଆଜମେରରେ ବିଦ୍ୟୁତ୍‌ ବଣ୍ଟନ ଅଭିଜ୍ଞତା ଥିବାରୁ ଓଡ଼ିଶାରେ ଆମେ ୨୪ ଘଣ୍ଟିଆ ନିରନ୍ତର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଆଶା ରଖିଛୁ ବୋଲି କମ୍ପାନୀର ସଭାପତିି ସଞ୍ଜୟ ବାଙ୍ଗା କହିଛନ୍ତି। ଟାଟା ପାଓ୍ବାର ବିଦ୍ୟୁତ୍‌ ବିତରଣରେ ବହୁତ ଅଭିଜ୍ଞତା ରହିଛି। ୨୦୦୨ରେ ଦିଲ୍ଲୀ ବିଦ୍ୟୁତ୍‌ ବୋର୍ଡକୁ ଘରୋଇକରଣ କରାଯାଇ ପିପିପି ମୋଡ୍‌ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଟାଟା ପାଓ୍ବାର କମ୍ପାନୀ ହାତକୁ ନେବା ପରେ ଏଟି ଆଣ୍ଡ ସି କ୍ଷତି ୫୩ ପ୍ରତିଶତରୁ ଖସି ୮ ପ୍ରତିଶତକୁ ଚାଲି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri