ଘରେ ପହଞ୍ଚାଇଦେବାକୁ ୧୩ ଯୁବକଙ୍କ ଅନୁରୋଧ

ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ ଡାଉନ ଘୋଷଣା କରାଯାଇଛି। ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ଅସୁବିଧାରେ ପଡିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ା ଏହିକ୍ରମରେ ବଲାଙ୍ଗୀର ଜିଲାର ଗୁଡଭେଲା ଓ ତୁଷୁରା ଅଞ୍ଚଳର ୧୩ ଜଣ ଯୁବକ ମୋବାଇଲ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ସହ ସେମାନଙ୍କ ନିକଟରେ ଖାଇବାକୁ କିଛି ବି ନ ଥିବା ଜଣାଇଛନ୍ତି। ଏହି ଦାଦନ ଶ୍ରମିକମାନେ ଗୁଜୁରାଟ ରାଜକୋଟର ଭୁବନାଥ ସ୍ୟାରି ନମ୍ବର ୧୪ ରୁମ୍‌ ନମ୍ବର ୧୨୭ରେ ଏବେ ଅଛନ୍ତି ।