Categories: ଜାତୀୟ

ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ସନ୍ଦିଗ୍ଧଙ୍କ ହାତରେ ଲଗାଯାଉଛି ମୋହର

ମୁମ୍ବାଇ,୧୭।୩: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିଯୋଗୁ ମହାରାଷ୍ଟ୍ର ଅତ୍ୟଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏପର୍ଯ୍ୟନ୍ତ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇ ତାଙ୍କ ବାମ ହାତରେ ଏକ ମୋହର ଲଗାଯାଉଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କୁ ଘରେ ହିଁ କ୍ୱାରାଣ୍ଟାଇନ୍‌ କରି ରଖାଯାଉଛି ସେମାନଙ୍କ ବାମ ହାତରେ HOME QUARANTINED ସହ ତାରିଖ ମଧ୍ୟ ଲେଖାଯାଉଛି। ଏହା ବ୍ୟକ୍ତିଙ୍କ ହାତରେ ୧୪ ଦିନ ପର୍ଯ୍ୟନ୍ତ ରହିବ। ଯାହାଦ୍ୱାରା କରୋନା ସନ୍ଦିଗ୍ଧଙ୍କୁ ସହଜରେ ଚିହ୍ନିହେବ। ସୋମବାର ଏନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସତର୍କତା ଓ ସାବଧାନତା ଦୃଷ୍ଟି କୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଅପରପକ୍ଷେ ଏହି ସଂକ୍ରମଣକୁ ରୋକିବା ପାଇଁ ସହରରେ ୧୪୪ ଧାରା ଲାଗୁ କରାଯାଇଛି।

Share