ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର “କୋଭିଡ ଲୋକେଟର” ଆପ୍ ଲଞ୍ଚ କରିଛନ୍ତି । ଫଳରେ କ୍ୱାରାଣ୍ଟାଇନରେ ଥିବା ଲୋକେ ଆଉ ସହଜରେ ଖସି ଯାଇ ପାରିବେ ନାହିଁ ବୋଲି କୁହାଯାଉଛି । ଏହାଦ୍ୱାରା କରୋନା ସଂକ୍ରମଣକୁ ଅନେକାଂଶରେ କମ୍ କରାଯାଇ ପାରିବ ବୋଲି କୁହାଯାଉଛି । ଏହି ଆପ୍ ଆଣ୍ଡ୍ରଏଡ୍ ଫୋନର ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିହେବ ବୋଲି କହିଛନ୍ତି ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଗୋଆରେ ଏବେ ୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ ପହଞ୍ଚିଛି ।

Share