ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା କବଲା ଧରି ହିନସ୍ତା ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ ଢେଙ୍କାନାଳ ସଦର ବ୍ଲକ ନଡିଆଳି ଗ୍ରାମର ଭୂମିହୀନ ଜନସାଧାରଣ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ସେମାନେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ମାଗିଛନ୍ତି ନ୍ୟାଯ୍ୟଦାବି।
ଅଭିଯୋଗରୁ ଜଣାପଡିଛି, ୨୦୦୬ରେ ନଡ଼ିଆଳି ଗ୍ରାମକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଅଞ୍ଚଳର ଭୂମିହୀନଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାରୁ ସେମାନଙ୍କ ଜମି ଚିହ୍ନଟ ହୋଇପାରି ନ ଥିଲା। ଦଖଲ ନ ମିଳିବାରୁ ସମ୍ପୃକ୍ତ ହିତାଧିକାରୀମାନେ ବ୍ୟକ୍ତିଗତ ଏବଂ ସାମୂହିକ ଭାବେ ବହୁବାର ଜିଲା ପ୍ରଶାସନ ଏବଂ ସଦର ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ମଧ୍ୟ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଘରଡିହ ପଟ୍ଟାରେ ଆଉ ଜାଗା ମିଳିବ କି ନାହଁି ତାହା ସନ୍ଦେହ ସୃଷ୍ଟି କରିଛି। ୧୫ଦିନ ଭିତରେ ଜମି ଚିହ୍ନଟ, ଦଖଲ ପ୍ରଦାନ କରିବା ସହ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଙ୍ଗରାଜ ଦେହୁରୀ, ହେମ ଦେହୁରୀ, ଲକ୍ଷ୍ମଣ ଦେହୁରୀ, ହୀରା ଦେହୁରୀ, ଶୁକ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ଭବେଶ ନାୟକ କୁହନ୍ତି, ଅଭିଯୋଗ ହସ୍ତଗତ ହୋଇଛି । ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri