ଘରକୁ ବୁଲି ବହି ବାଣ୍ଟିଲେ

ସରଣ୍ଡା,୨୧।୪(ଡି.ଏନ.ଏ): କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଘରକୁ ସେମାନଙ୍କ ପାଠ୍ୟ ପୁସ୍ତକ ଯୋଗାଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ମଙ୍ଗଳବାର ଅତାବିରା ବାଳକ ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ, ଜନନୀ ମହାପାତ୍ର ପ୍ରମୁଖ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ସେମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦେଇଥିଲେ।