Categories: ଜାତୀୟ

ଘରକୁ ଫେରିଲେ ନୁସରତ

କୋଲକାତା,୧୯।୧୧: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ନୁସରତ ଜହାଁ ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ରବିବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ବାମୀ ନିଖିଲ ଜୈନଙ୍କ ଜନ୍ମଦିନ ପାଳନ ପରେ ନୁସରତ ଅତ୍ୟାଧିକ ମାତ୍ରାରେ ଔଷଧ ଖାଇଦେଇଥିଲେ। ଏଥିଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ନୁସରତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାରଲୋକେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନୁସରତ ଏବେ ଠିକ୍‌ ଅଛନ୍ତି, ପୂର୍ବରୁ ତାଙ୍କର ଆଜ୍‌ମା ସମସ୍ୟା ରହିଛି। ତେଣୁ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଅପରପକ୍ଷରେ ଡ୍ରଗ୍ସ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ନେଇ ଯେଉଁ ଗୁଜବ ଉଠିଥିଲା ତାହା ସମ୍ପୁର୍ଣ୍ଣ ମିଛ ବୋଲି ସେମାନେ କହିଛନ୍ତି।

Share