ଘରକୁ ଦିଅନ୍ତୁ ରୟାଲ ଲୁକ୍‌

ଘରକୁ ରୟାଲ ଲୁକ୍‌ ଦେବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଟିପ୍ସ।
ଘରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟପୂର୍ଣ୍ଣ ଆସବାବପତ୍ର ରଖି ଘରକୁ ରୟାଲ ଲୁକ୍‌ ଦେଇପାରିବେ। ଏଥିପାଇଁ ଡ୍ରଇଁ ରୁମ୍‌ର ଟେବୁଲ ଉପେ ରୟାଲ ଲୁକ୍‌ ଥିବା ବିଭିନ୍ନ ଜିନିଷ ରଖନ୍ତୁ।
ରୁପା କିମ୍ବା ପିତଳରେ ତିଆରି ପୁରୁଣା ଡିଜାଇନ୍‌ର ଗ୍ଲାସ, ଜଗ୍‌, ଫୁଲଦାନୀ ଆଦି ରଖନ୍ତୁ।
ଘରର ଚେୟାର, ସୋଫା ଆଦିକୁ ବିଭିନ୍ନ କଳାକୃତି ଡିଜାଇନର ତିଆରି କରନ୍ତୁ। ବିଭିନ୍ନ କଳାକୃତିଥିବା ଆସବାବପତ୍ର ଘରକୁ ଭିନ୍ନ ଲୁକ୍‌ ଦେବ।
ଗୋଲ୍ଡେନ ଏବଂ ସିଲଭର କଲରଥିବା କ୍ୟାଣ୍ଡେଲ ଷ୍ଟାଣ୍ଡ, ଫୁଲଦାନୀ ଆଦି ରଖନ୍ତୁ। ଏହା ବ୍ୟତୀତ ମାଟିରେ ତିଆରି ବିଭିନ୍ନ ଡିଜାଇନ ତଥା ବିଭିନ୍ନ ରଙ୍ଗର ସୁନ୍ଦର ଆସବାବପତ୍ର ଏବେ ବଜାରରେ ମିଳୁଛି। ଏସବୁ ଜିନିଷକୁ ଆପଣ ଘର ବାହାରେ ଗେଟ୍‌ ପାଖରେ କିମ୍ବା ବଗିଚା ଭିତରେ ରଖିପାରିବେ।
କାଗଜରେ ମଧ୍ୟ ରଙ୍ଗବେରଙ୍ଗର ବିଭିନ୍ନ କଳାକୃତି ରହିଛି, ଯାହାକୁ ଆପଣ ଟେବୁଲ ଉପରେ ସଜ୍ଜାଇବା ସହ କାନ୍ଥରେ ବି ଟାଙ୍ଗିପାରିବେ।
ସୋସିଆଲ ମିଡିଆରେ ଏବେ ଘରସଜ୍ଜା ନେଇ ବିଭିନ୍ନ ଫଟୋ ଓ ଭିଡିଓ ରହିଛି। ସେସବୁ ଦେଖି ଆପଣ ଆଇଡିଆ ନେଇପାରିବେ।