ଘନେଇଲା ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ)-ଭୁବନେଶ୍ୱର, ଭଦ୍ରକ ସହର ଏବଂ କଟକ ମହାନଗର ନିଗମ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ଏହି ସଟଡାଉନ ବଳବତ୍ତର ରହିବ। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମଗ୍ର ଦେଶରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ସମୁଦାୟ ୬ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୪ଟି ଏବଂ ଗୋଟିଏ ଲେଖାଏ କଟକ ଓ ଭଦ୍ରକ ସହରର ବୋଲି ଜଣାପଡିଛି। ଏହି ତିନୋଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ପଞ୍ଚମ କରୋନା(କୋଭିଡ-୧୯) ଆକ୍ରାନ୍ତଙ୍କ ଠାରେ ବିଲକ୍ଷଣ ଦେଖାଦେଇଛି। ସେହି ବ୍ୟକ୍ତି ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଆହୁରି ଘନିଭୁତ ହୋଇଛି। ସେହି ବ୍ୟକ୍ତି ଜଣଙ୍କ ବିଦେଶକୁ କିମ୍ବା ବାହାର ରାଜ୍ୟକୁ ଯାଇ ନାହାନ୍ତି। ଏହା ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିଲା। ଶୁକ୍ରବାର ଅପରାହ୍ନରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସହରକୁ ମଧ୍ୟ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଟୁଇଟ କରି ଜଣାଇଛନ୍ତି।
ଏହି ସମୟରେ ସମସ୍ତ ତେଜରାତି ଦୋକାନ, ଫଳ, ପନିପରିବା, ଔଷଧ, ମାଛ, ମାଂସ, ଅଣ୍ଡା ଓ ଚିକେନ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ କେତେ ସଂଖ୍ୟାରେ ଔଷଧ ଦୋକାନ ଖୋଲା ରହିବ ତାହା ସ୍ଥାନୀୟ ପ୍ରଶାସନ ସ୍ଥିର କରିବେ। ଏହି ସଟଡାଉନ ଏକ ପ୍ରକାର ଅଘୋଷିତ କର୍ଫୁ। ଏହି ସମୟରେ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ। ଯଦି ଏହାକୁ କୌଣସି ବ୍ୟକ୍ତି ଅବମାନନା କରିବେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୪ ଦିନିଆ କ୍ୱାରେନଟାଇନରେ ରଖିବେ। କୋଭିଡ-୧୯ ଭଳି ମହାମାରୀ ସମୟରେ ଲୋକମାନଙ୍କର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି ସଟଡାଉନ ସମୟରେ ଆମ୍ବୁଲାନ୍ସ ସଂଖ୍ୟାକୁ ବଢାଇ ଦିଆଯିବ । ଜରୁରୀ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପାସ ପ୍ରଦାନ କରାଯିବ। ଏଥିରେ ଭୟଭୀତ ନ ହେବା ପାଇଁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ସହର ସମେତ କେଉଁ ଗ୍ରାମାଞ୍ଚଳରେ ଏହି ସଟଡାଉନ ଲାଗୁ ହେବ ସେ ନେଇ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମର ସହରାଞ୍ଚଳ ସହିତ ୧୭ଟି ପଞ୍ଚାୟତରେ ମଧ୍ୟ ଏହାକୁ କଡାକଡି ଭାବେ ଲାଗୁ କରାଯାଇଛି। ସେହି ଗ୍ରାମପଞ୍ଚାୟତ ଗୁଡିକ ହେଲା ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥ ପୁର, ବରିମୁଣ୍ଡ, ଦାରଢେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା ଏବଂ ସିଜୁଆ, ବାଳକାଟି, ବାଲିଅନ୍ତା ଏବଂ ଜଗନ୍ନାଥପୁର। ସେହିପରି ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ ଆସୁଥିବା ପ୍ରଧାନସାହିରେ ମଧ୍ୟ ଏହି ସଟଡାଉନ କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି। ସଟଡାଉନ ସମୟରେ ବିଭାଗ ଦ୍ୱାରା ମାର୍ଚ୍ଚ ୨୭ ଓ ୩୦ ତାରିଖ ଏବଂ ବିିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ।

କ’ଣ ଖୋଲା ରହିବ
୧.ଡାକ୍ତରଖାନା
୨.ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ
୩. ଇଲେକ୍ଟ୍ରୋନିକ ଏବଂ ଆଇଟି ସଚିବଙ୍କ ଦ୍ୱାରା ଚିହ୍ନିତ ଟେଲିକମ ସର୍ଭିସ
୪.ରେଲଓ୍ବେ ଏବଂ କାର୍ଗୋ ବିମାନ
୫. ଜିଲା କିମ୍ବା କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଇଲେକ୍ଟ୍ରୋନିକ ଗଣମାଧ୍ୟମ
୬.କୋଭିଡ-୧୯ ପରିଚାଳିତ ଆଇ.ଟି /ଆଇଟିଇଏସ/କଲସେଣ୍ଟର
୭.ପାନୀୟ ଜଳ ଯୋଗାଣ,ପରିମଳ ଏବଂ ସ୍ବେରେଜ କାର୍ଯ୍ୟରେ ନିୟୋଜିତ କର୍ମଚାରୀ
୮. ବିଦ୍ୟୁତ ଯୋଗାଣ
୯.ସମ୍ପୃକ୍ତ ମ୍ୟୁନିସିପାଲିଟି/ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଔଷଧ ଦୋକାନ
୧୦. ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଯାନ(ଖାଲି/ଭର୍ତ୍ତି/)


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri