Posted inଫୁରସତ

ଘଣ୍ଟାରେ ବାଜେନି ୧୨ଟା

୪ ଘଣ୍ଟା ହିସାବରେ ସବୁ ଘଣ୍ଟାରେ ୧୨ ପର୍ଯ୍ୟନ୍ତ ଅଙ୍କ ଥାଏ। କିନ୍ତୁ ଏମିତି ଏକ ଅଜବ ଘଣ୍ଟା ଅଛି ଯାହାର ନାହିଁ ୧୨ ଅଙ୍କ। ଉକ୍ତ ଘଣ୍ଟାରେ କେବଳ ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ଘଣ୍ଟାଟି ସୁଇଜରଲାଣ୍ଡର ସୋଲୋଥର୍ନ ସହରରେ ଅଛି। ଉକ୍ତ ସହରର ଟାଉନ ସ୍କୋୟାର୍‌ରେ ଏହି ଘଣ୍ଟା ଅଛି, ଯାହାର ମାତ୍ର ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ୧୨ ଅଙ୍କ ନାହିଁ। କେବଳ ଏହି ଘଣ୍ଟା ନୁହେଁ ଏଠାରେ ଆହୁରି ବି ଅନେକ ଘଣ୍ଟାରେ ୧୨ ଅଙ୍କ ନାହିଁ। ତେଣୁ ଏହି ଘଣ୍ଟାଗୁଡିକରେ ୧୨ଟା ବାଜି ନ ଥାଏ। ଏହି ସହର ଲୋକଙ୍କର ୧୧ ଅଙ୍କ ପ୍ରତି ବହୁତ ଭଲ ପାଇବା ରହିଛି। ତେଣୁ ଏଠାରେ ପ୍ରାୟ ସବୁ ଜିନିଷ ୧୧ ଡିଜାଇନ୍‌ ଭଳି ହୋଇଥାଏ। ଏଠାରେ ଥିବା ଚର୍ଚ୍ଚ ଓ ଚାପେଲର ସଂଖ୍ୟା ବି ୧୧-୧୧ ଅଟେ। ଏହାବ୍ୟତୀତ ଏଠାକାର ସଂଗ୍ରହାଳୟ, ଐତିହାସିକ ଟାଓ୍ବାର ବି ୧୧ଟି ଅଛି। ଏଠାକାର ସେଣ୍ଟ୍‌ ଉର୍ସୁସ୍‌ର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବରର ମହତ୍ତ୍ୱ ଦେଖିବାକୁ ମିଳିଥାଏ। ଉକ୍ତ ଚର୍ଚ୍ଚ ୧୧ ବର୍ଷରେ ନିର୍ମାଣ ହୋଇଥିଲା। ଏଠାରେ ତିନୋଟି ଶିଡିର ସେଟ୍‌ ରହିଛି ଆଉ ପ୍ରତି ସେଟ୍‌ରେ ୧୧ଟି ପାହାଚ ଅଛି। ଏହାବ୍ୟତୀତ ଏଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟି ଅଛି। ଏଠାକାର ଲୋକ ୧୧ ନମ୍ବରକୁ ଏତେ ଭଲ ପାଆନ୍ତି ଯେ, ୧୧ତମ ଜନ୍ମଦିବସକୁ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଏହିଦିନ ଲୋକେ ୧୧ ନମ୍ବର ସହିତ ଜଡିତ ଉପହାର ବି ଦେଇଥାଆନ୍ତି। ବିଶ୍ୱାସ କରାଯାଏ ବହୁ ବର୍ଷ ପୂର୍ବେ ସୋଲୋଥର୍ନର ଲୋକେ ପରିଶ୍ରମ କରି ବି ଖୁସି ରହିପାରୁ ନ ଥିଲେ। ଦିନେ ପାହାଡରୁ କିଛି ଏଲ୍ଫ ଆସି ଲୋକଙ୍କ ଆତ୍ମବିଶ୍ୱାସ ବଢାଇଲେ। ଆଉ ଧୀରେ ଧୀରେ ସେମାନେ ଖୁସିରେ ରହିବାକୁ ଲାଗିଲେ। କୁହାଯାଏ ଏଲ୍ଫଙ୍କ ପାଖରେ ଅଲୌକିକ ଶକ୍ତି ଥିଲା ଓ ଜର୍ମାନ ଭାଷାରେ ଏଲ୍ଫର ଅର୍ଥ ହେଉଛି ୧୧। ସେବେଠାରୁ ଏଠାକାର ଲୋକେ ୧୧ ନମ୍ବରକୁ ଭଲ ପାଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri