Posted inଜାତୀୟ

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଗିରଫ

ବେଙ୍ଗାଲୁରୁ,୨୪ା୨(ପି.ଟି.): ଦୁର୍ଦ୍ଧର୍ଷ ଗ୍ୟାଙ୍ଗଷ୍ଟର ରବି ପୂଜାରୀଙ୍କୁ ଦକ୍ଷିଣ ଆଫ୍ରିକାରେ ଗିରଫ କରାଯିବା ପରେ ଭାରତ ଅଣାଯାଉଛି। ପ୍ରତ୍ୟର୍ପଣ ପରେ ତାଙ୍କୁ ଭାରତ ଅଣାଯାଉଛି। ଗ୍ୟାଙ୍ଗଷ୍ଟରଙ୍କୁ ଆଣିବା ପାଇଁ କର୍ନାଟକର ବରିଷ୍ଠ ଆଇପିଏସ୍‌ ଅଫିସରମାନଙ୍କର ଏକ ଟିମ୍‌ ଯାଇଥିଲା। କର୍ନାଟକ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ହତ୍ୟା, ବଳପୂର୍ବକ ଚାନ୍ଦା ଆଦାୟ ଭଳି ୨୦୦ରୁ ଊର୍ଦ୍ଧ୍ୱ ଅପରାଧ ମାମଲାରେ ସମ୍ପୃକ୍ତ ରବି ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ୧୫ ବର୍ଷ ହେଲା ସେ ଫେରାର ଥିଲେ। ଗିରଫ ପରେ ତାଙ୍କୁ ପଶ୍ଚିମ ଆଫ୍ରିକାର ସେନେଗାଲ ପଠାଯାଇଥିଲା। ସେଠାରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ସୋମବାର ସକାଳେ ସେ ବେଙ୍ଗାଲୁରୁରେ ପହଞ୍ଚତ୍ବେ ବୋଲି ରାଜ୍ୟ ପୋଲିସ ସୂତ୍ରରୁ ଜଣାପଡିଛି। ଗତବର୍ଷ ସେନେଗାଲରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନରେ ଆସି ସେ ପୁଣି ଫେରାର ହୋଇଯାଇଥିଲେ। ଏଠାରେ ପହଞ୍ଚତ୍ବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମିଳିତ ଭାବେ ତଦନ୍ତ ଚଳାଇବେ। ଗତବର୍ଷ ଜାନୁୟାରୀରେ ସେନେଗାଲ କର୍ତ୍ତୃପକ୍ଷ ରବିଙ୍କୁ ଗିରଫ କରିଥିଲେ। ତେବେ ତାଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟର୍ପଣ କରାଯିବା ପୂର୍ବରୁ ସେଠାର ଏକ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସେଠାରୁ ସେ ଦକ୍ଷିଣ ଆଫ୍ରିକା ପଳାଇଯାଇଥିଲେ। ଦକ୍ଷିଣ ଆଫ୍ରିକା ଓ ସେନେଗାଲ ପୋଲିସର ମିଳିତ ଅଭିଯାନରେ ଗ୍ୟାଙ୍ଗଷ୍ଟରଙ୍କୁ ଏକ ଗାଁରୁ ଗିରଫ କରାଯାଇଥିଲା। ସେଠାରୁ ସେନେଗାଲ ଅଣାଯିବା ପରେ ଭାରତୀୟ ଟିମ୍‌ ପ୍ରତ୍ୟର୍ପଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିଥିଲେ। ରବି ପୂଜାରୀ ଛୋଟା ରାଜନ ଗ୍ୟାଙ୍ଗରେ ଥିଲେ। ଏହା ପୂର୍ବରୁ ସେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ପାଇଁ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri