ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା: ୫ ସ୍ଥାନ ଫାଇଦା ସହ ୫୨ରେ ଭାରତ

ନୂଆଦିଲ୍ଲୀ,୨୫-୭: ଏନ୍‌ଡିଏ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ(ଜିଆଇଆଇ) ତାଲିକାରେ ଭାରତର ସ୍ଥାନରେ କ୍ରମାଗତ ସୁଧାର ହେଉଛି। ୨୦୧୫ରେ ୮୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶ ପାଇଥିବା ଜିଆଇଆଇ ତାଲିକାରେ ୫ ସ୍ଥାନ ଉପରକୁ ଉଠିଆସିଛି। ଗତବର୍ଷ ୫୭ ତମ ସ୍ଥାନରେ ରହିଥିବା ଭାରତ ଚଳିତବର୍ଷ ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଏହି ଇଣ୍ଡେକ୍ସ ତାଲିକାକୁ ପ୍ରକାଶ କରିଛନ୍ତି। ପ୍ରଥମଥର କୌଣସି ବିକାଶଶୀଳ ଦେଶରେ ଏହି ଇଣ୍ଡେକ୍ସକୁ ଜାରି କରାଯିବା ବିଶେଷ ପ୍ରଣିଧାନଯୋଗ୍ୟ। ଏଠାରେ ପ୍ରକାଶ କରାଯାଇପାରେ ଯେ, ଗତ ୧୨ ବର୍ଷ ଧରି ଜିଆଇଆଇ ପ୍ରକାଶ ପାଇ ଆସୁଛି। ଏହାକୁ ଇନସିଡ୍‌, କର୍ନଲ ୟୁନିଭର୍ସିଟି ଏବଂ ଓ୍ବଲର୍‌ଡ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅର୍ଗାନାଇଜେଶନ ଏବଂ ଜିଆଇଆଇ ନଲେଜ ପାର୍ଟନର୍ସ ଦ୍ୱାରା ଯୁଗ୍ମ ଭାବେ ପ୍ରକାଶ କରାଯାଉଛି। ୨୦୧୫ରେ ଭାରତର ସ୍ଥାନ ୮୧ରେ ଥିଲା ବେଳେ ୨୦୧୬ରେ ଏଥିରେ ଅନେକ ସୁଧାର ଆସିଥିଲା ଓ ଏହା ୬୬ତମ ସ୍ଥାନରେ ରହିଥିଲା। ୨୦୧୭ରେ ୬୦, ୨୦୧୮ରେ ୫୭ତମ ସ୍ଥାନରେ ରହିଥିବା ଭାରତର ର଼୍ୟାଙ୍କିଙ୍ଗରେ ସୁଧାର ଦେଶବାସୀଙ୍କୁ ଗୌରବାନ୍ବିତ କରିବ ନିଶ୍ଚୟ। ୮୦ ପଏଣ୍ଟ ଆଧାରରେ ୧୨୯ ଦେଶର ଆକଳନ କରାଯାଇ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା ପ୍ରକାଶ କରାଯାଇଥାଏ। ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଇନୋଭେଶନ ମାଧ୍ୟମରେ ଏଣ୍ଟରପ୍ରିନ୍ବୟରଙ୍କୁ ସହଯୋଗ କରିବା ସରକାରଙ୍କ ୨୦୨୨ ନ୍ୟୁ ଇଣ୍ଡିଆର ଭିଜନ ରହିଛି। ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସରେ ଭାରତର କ୍ରମାଗତ ଉନ୍ନତି ଦେଶର ଏଣ୍ଟରପ୍ରିନ୍ବୟରଙ୍କ ଦକ୍ଷତା ପ୍ରତିପାଦିତ କରୁଛି। ଶୀର୍ଷ ୨୫ ଦେଶ ଭିତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସରକାର ନିଜ କାର୍ଯ୍ୟକୁ ଆଗେଇ ନେବେ ବୋଲି ଗୋୟଲ ଦୃଢ଼ୋକ୍ତି କରିଛନ୍ତି। ସୁଇଜରଲାଣ୍ଡ ଏହି ଇଣ୍ଡେକ୍ସ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଶୀର୍ଷ ୧୦ରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ସୁଇଡେନ,ଆମେରିକା, ନେଦରଲାଣ୍ଡ, ବ୍ରିଟେନ, ଫିନ୍‌ଲାଣ୍ଡ, ଡେନମାର୍କ, ସିଙ୍ଗାପୁର, ଜର୍ମାନୀ ଓ ଇସ୍ରାଏଲ।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri