ଗ୍ରାହକ ସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ: ହିତାଧିକାରୀମାନେ ଥାନାର ଦ୍ୱାରସ୍ଥ

ନୂଆପଡା ଅଫିସ,୧୪ା୭ – ଗ୍ରାହକମାନଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଗ୍ରାମାଞ୍ଚଳରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି । ହେଲେ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ କେନ୍ଦ୍ର ପରିଚାଳକ କୋଟି କୋଟି ଟଙ୍କା ଉଠାଣ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳର ଅଧିବାସୀମାନେ ବାରମ୍ବାର କେନ୍ଦ୍ରକୁ ଦୌଡିବା ପରେ ଅନନ୍ୟୋପାୟ ହୋଇ ଲଖନା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନାତ୍ମକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଆଜକୁ ୨ ବର୍ଷ ହେବ କୁରୁମପୁରୀଠାରେ ଏକ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ଲଖନାର ଦାସରଥୀ ସୁନାନୀ ନାମକ ଯୁବକ ନେଇଥିଲେ। ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାଙ୍କ କାରବାର ଉପରେ ବିଶେଷ ଜ୍ଞାନ ନ ଥିବାରୁ ଏହାର ସୁଯୋଗ ନେଇ ପରିଚାଳକ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଅନ୍ୟତ୍ର ଚାଲାଣ କରିଥିଲେ। ପଲସିପାଣି, ଦଲଦଲି, ଲିମଡିହି, ଠାକୁରପାଲି, କରଙ୍ଗାଭଟା, କାଶିପଲା, ଘାଟିପଡା, ସିନାପାଲି, କୁରୁମପୁରୀ, କୁସଦହନା, ଦିଆମୁଣ୍ଡା, ଚୌକପଡା, ଖଜୁରବାହାଲ, ମୁଣ୍ଡାପଲା, ଲଟକନପଡାର ଗ୍ରାହକଙ୍କ ଆକାଉଣ୍ଟରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ଭାବେ ସ୍ଥାନୀୟ କାଶିପଲା ଗାଁର ୧୬ଜଣ ହିତାଧିକାରୀ ଶନିବାର ଲଖନା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହା ଉପରେ ପୋଲିସ ତଦନ୍ତ କରୁଛି । ସବିଶେଷ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଲଖନା ଥାନାଧିକାରୀ ତପନ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହିତାଧିକାରୀମାନେ ବିଭିନ୍ନ ସମୟରେ ସ୍ବଂୟ ସହାୟକ ଦଳକୁ ମିଳିଥିବା ସହାୟତା ରାଶି ହେଉକି କୃଷି ବୀମା ଟଙ୍କା ଜମା କରିଥିଲେ । ଗ୍ରାହକ ସେବା କେନ୍ଦ୍ରରେ ବିଭିନ୍ନ ସମୟରେ ଗ୍ରାହକମାନେ ଯାଇ ପାସ ବହି ସବୁ ଛାଡି ଦେଉଥିଲେ । ଏହା ସହ ଆଧାର ନମ୍ବର ଏବଂ ପାସ ୱାର୍ଡ ମଧ୍ୟ ପ୍ରସ୍ତୁତ ପାଇଁ ଆସୁଥିଲେ । ଏହା ସୁଯୋଗ ନେଇ ଟଙ୍କା ହଡପ କରାଯାଇଥିବା କୁହାଯାଉଛି । କେତେକ ହିତାଧିକାରୀ ପାସ ବହି ନେଇ ଅପଡେଟ କରିବା ପରେ ଟଙ୍କା ସବୁ ଅନ୍ୟତ୍ର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଏହି ଗାଁରେ ଗ୍ରାହକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି । ଏହା ଉପରେ ଜିଲା ପୋଲିସ ପ୍ରଶାସନ ଗୁରୁତ୍ୱ ଦେବା ସହ ଏହାର ସରଜମିନ ତଦନ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri