Categories: ବାଣିଜ୍ୟ

ଗ୍ରାହକ ସମ୍ପର୍କ ମେଳାରେ ବ୍ୟାଙ୍କ ଦେଲେ ୮୧,୭୦୦ କୋଟିର ଋଣ

ନୂଆଦିଲ୍ଲୀ,୧୫-୧୦: ଅକ୍ଟୋବର ପହିଲାରୁ ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାହକ ସମ୍ପର୍କ ଅଭିଯାନରେ ୮୧,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୯ ଦିନ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଋଣ ପ୍ରଦାନ କରିଥିବା ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି। ପ୍ରଦାନ କରାଯାଇଥିବା ଋଣ ମଧ୍ୟରେ ନୂଆ ଋଣ ପରିମାଣ ପ୍ରାୟ ୩୪,୩୪୨ କୋଟି ଟଙ୍କା ରହିଛି। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ବ୍ୟାଙ୍କଗୁଡିକ ନିକଟରେ ପର୍ଯ୍ୟାପ୍ତ ପରିମାଣର ନଗଦ ଉପଲବ୍ଧ ରହିଛି। ବଡ ବଡ କର୍ପୋରେଟଗୁଡିକ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦେୟକୁ ଠିକ୍‌ ଭାବେ ପ୍ରଦାନ ନେଇ ନିଶ୍ଚିତ କରାଯାଉଛି। କ୍ଷୁଦ୍ର ବାଣିଜ୍ୟ କ୍ଷେତ୍ରରେ ନଗଦକୁ ନିଶ୍ଚିତ କରାଇବା ଦିଗରେ ବ୍ୟାଙ୍କଗୁଡିକ ଯତ୍ନବାନ ରହିଥିବା ସୀତାରାମନ ପ୍ରକାଶ କରିଛନ୍ତି।

Share