Categories: ବାଣିଜ୍ୟ

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ ମିଳିତ ହୋଇଛି। ବିକ୍ରି ପରବର୍ତ୍ତୀ ସେବା କ୍ଷେତ୍ରରେ ହ୍ବାଟସ ଆପ୍‌ ବିଜନେସ ସଲ୍ୟୁଶନକୁ ବ୍ୟବହାର କରିବା ଦିଗରେ କମ୍ପାନୀ ଗୁରୁତ୍ୱ ଦେଇଛି। ଏହି ପଦକ୍ଷେପ ମୁତାବକ ଗ୍ରାହକମାନେ ଏଲ୍‌ଜିର କଷ୍ଟମର କେୟାରକୁ ଟୁଓ୍ବେ ଡାଏଲଗ ଦ୍ୱାରା ମେସେଜ ପ୍ରେରଣ କରିବାକୁ ସକ୍ଷମ ହେବେ। ମେଟ୍ରୋ ସମେତ ଦେଶର ପ୍ରତି ସହରର ଗ୍ରାହକଙ୍କ ସହ ଯୋଡି ହେବାକୁ କମ୍ପାନୀ ଏହା ଦ୍ୱାରା ସକ୍ଷମ ହେବ ବୋଲି କହିଛି। ଗ୍ରାହକ ଅଭିଯୋଗ ଲାଗି ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ। ତ୍ୱରିତ ଭାବେ ଏଲଜି ସହ କଥା ହେବାକୁ ଏହା ସହାୟତା କରିବ। ଏହା ଛବି, ଲିଙ୍କ ଏବଂ ଡକ୍ୟୁମେଣ୍ଟ ଶେୟାର କରିବାକୁ ସୁବିଧା ଦେବ। ଏହା ସହ ଅନ୍ୟ ସେବା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share