ଗ୍ରାହକଶୂନ୍ୟ ନର୍ସରି, ନଷ୍ଟ ହେଉଛି ଚାରା

ଜୟପୁର,୨୯ା୪(ନି.ପ୍ର.): ପାଖାପାଖି ୪୦ ଦିନର ଲକ୍‌ଡାଉନ। ସ୍ବାସ୍ଥ୍ୟକୁ ଆଖି ଆଗରେ ସମାଜର ସବୁ ବର୍ଗର ଲୋକେ ସିନା ଘର ଭିତରେ ରହିଛନ୍ତି, କିନ୍ତୁ ସେମାନଙ୍କ ଜୀବନ ଜୀବିକା ଏବେ ହୁଡ଼ିବାକୁ ବସିଲାଣି। ଜୟପୁର ନିକଟସ୍ଥ ତେଲିଗୁଡ଼ାର ପାୟଲ ନର୍ସରୀ ସେହିଭଳି ସମସ୍ୟା ଭୋଗିଛି। ଲକ୍‌ଡାଉନ ଯୋଗୁ ସେମାନଙ୍କ ଚାରା ବିକ୍ରି ହୋଇପାରୁ ନାହିଁ।
କୋଲକତା ନିକଟସ୍ଥ ଦିଘା ଗ୍ରାମର ସଞ୍ଜୟ ଜେନା ଜୟପୁର ତେଲିଗୁଡ଼ାରେ ୨ ଏକର ଜମି ଲିଜ ନେଇ ଫୁଲ ଓ ଫଳ ଚାରା ଲଗାଇଛନ୍ତି। କୋଲକତା, ପୁନେ, ବେଙ୍ଗାଲୁରୁରୁ ଛୋଟ ଚାରା ଆଣି ତେଲିଗୁଡ଼ା ନର୍ସରିରେ ଲଗାଇବା ସହ ତାକୁ ବଡ଼ଚାରାରେ ପରିଣତ କରନ୍ତି। ସେହି ଚାରାରେ ଫୁଲ ଓ ଫଳ ଧରିବା ପରେ ବଜାରକୁ ନେଇ ବିକ୍ରି କରନ୍ତି। ଏହି ନର୍ସରିରେ ୨୫୦ ପ୍ରକାର ଫୁଲ ଓ ଶତାଧିକ ଫଳଚାରା ଲଗାଯାଇଛି। ଏସବୁ ଚାରାରେ ଫୁଲ ଫଳ ଧରିବା ପରେ ତାକୁ ଜୟପୁର, କୋରାପୁଟ, ସେମିଳିଗୁଡ଼ା, ନବରଙ୍ଗପୁର, ଉମରକୋଟ, ଗୋବିନ୍ଦପାଲିରେ ବିକ୍ରି କରାଯାଏ। ପୂର୍ବରୁ ଦୈନିକ ୬ରୁ ୭ ହଜାର ଟଙ୍କାର ଚାରା ବିକ୍ରି ହେଉଥିଲା। ଏବେ ଲକ୍‌ଡାଉନ ଯୋଗୁ କେହି ବାହାରି ପାରୁନାହାନ୍ତି କି କେହି ଗ୍ରାହକ ମଧ୍ୟ ନର୍ସରିକୁ ଆସୁନାହାନ୍ତି। ଫଳରେ ଚାରା ନଷ୍ଟ ହେବାକୁ ଲାଗିଲାଣି। କିନ୍ତୁ ଲକ୍‌ଡାଉନ ପାଇଁ ସବୁ କିଛି ହୁଡ଼ିଛି। ଏହି ନର୍ସରିରେ ୮ ଜଣ ଶ୍ରମିକ କାମ କରୁଥିବା ବେଳେ ସେମାନଙ୍କୁ ଦୈନିକ ମଜୁରି ଦେଇପାରୁ ନାହାନ୍ତି ମାଲିକ। ଶ୍ରମିକମାନେ ମଧ୍ୟ ବାହାର ରାଜ୍ୟର ହୋଇଥିବାରୁ ପ୍ରଶାସନ ପାଖରୁ ସେମାନଙ୍କୁ କିଛି ସହାୟତା ମିଳିପାରୁ ନାହିଁ। ଲକ୍ଷାଧିକ ଟଙ୍କାର ଚାରା ନଷ୍ଟ ହେବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri