ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସାରା ବିଶ୍ୱର ସଙ୍ଗିତକାର ଓ ଗାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ। ଦ କ୍ରିଏଟରକୁ ଗ୍ରାମୀର ବେଷ୍ଟ ଆଲବମ ଆଓ୍ବାର୍ଡ ମିଳିଛି। ସେହିପରି ଲେଡି ଗାଗାଙ୍କୁ ‘I’ll Never Love Again’ପାଇଁ ମିଳିଲା ଗ୍ରାମୀ ଆଓ୍ବାର୍ଡ। ଗାଗାଙ୍କୁ ଏହି ସମ୍ମାନ ବେଷ୍ଟ ସଙ୍ଗ ଫର୍‌ ଭିଜୁଆଲ ମିଡିଆ ପାଇଁ ମିଳିଛି।

Share