ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଲେ ସିଦ୍ଧାର୍ଥ

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ରବିବାର ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଅଜୟ ଦେବଗନ, କାଜଲ, ଆଲିଆ ଭଟ୍ଟ, ପ୍ରମୁଖ କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ। ଆର୍ମି ଅଫିସର ବିକ୍ରମ ବାତ୍ରାଙ୍କ ପରିବାର ମଧ୍ୟ ଏହି ପ୍ରୋଗ୍ରାମକୁ ଆସିଥିଲେ। ବିକ୍ରମଙ୍କ ବାୟୋପିକ୍‌ରେ ସିଦ୍ଧାର୍ଥ ଓ କିଆରା କାମ କରିଥିବାବେଳେ ସେହିଠାରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଅନେକଙ୍କ ବିଶ୍ୱାସ ରହିଛି। ତେବେ ନୂଆ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ସିଦ୍ଧାର୍ଥ ଓ କିଆରା କଳାରଙ୍ଗର ଡ୍ରେସ୍‌ ପିନ୍ଧି ଉଭୟଙ୍କ ହାତ ଧରି ଏଣ୍ଟ୍ରି କରିଥିଲେ। ସେମାନେ ସେଲିବ୍ରିଟିଙ୍କ ସହ ପାର୍ଟିକୁ ମନଭରୀ ଉପଭୋଗ କରୁଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାର ଦେବାରେ ଲାଗିଛି। ଗତ ୭ ତାରିଖରେ ସିଦ୍ଧାର୍ଥ ଓ କିଆରା ରାଜସ୍ଥାନରେ ବିବାହ କରିଥିଲେ। ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ବଲିଉଡ୍‌ ଇଣ୍ଡଷ୍ଟ୍ରିର କେତେଜଣ ବିବାହ ସମାରୋହରେ ଉପସ୍ଥିତ ଥିଲେ।

Share