Categories: ଜାତୀୟ

ଗୌତମ ଗମ୍ଭୀରଙ୍କ ନାମରେ ଠକେଇ ଅଭିଯୋଗ: ଚାର୍ଜଶିଟ୍‌ ଦାଖଲ

ନୂଆଦିଲ୍ଲୀ,୨୯।୯: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଛି। ଏନେଇ ଚାର୍ଜଶିଟ୍‌ ସାକେତ୍‌ କୋର୍ଟରେ ଦାଖଲ ହୋଇଛି। ୫୦ ଜଣ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ୨୦୧୧ରେ ଗାଜିଆବାଦ୍‌ର ଇନ୍ଦିରାପୁରମ୍‌ରେ ଫ୍ଲାଟ୍‌ ବୁକିଂ କରିଥିଲେ। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଫ୍ଲାଟ୍‌ ମିଳି ନାହିଁ। ଗୌତମ ରୁଦ୍ର ବିଲ୍ଡଓ୍ବେଲ ରିୟଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ର ଯୁଗ୍ମ ପରିଯୋଜନା ନିର୍ଦ୍ଦେଶକ ସହିତ ବ୍ରାଣ୍ଡ୍‌ ଆମ୍ବାସଡର୍‌ ମଧ୍ୟ ଥିଲେ। ୨୦୧୩ ଜୁନ୍‌ ୬ରେ ଫ୍ଲାଟ୍‌ ଦେବା ପାଇଁ ବିଲ୍ଡର କହିଥିଲେ ମଧ୍ୟ ଏନେଇ ୨୦୧୪ ପର୍ଯ୍ୟନ୍ତ ଟାଳଟୁଳ ନୀତି ଧରିଥିଲେ। ୨୦୧୫ ଏପ୍ରିଲ୍‌ ୧୫ରେ ଲାଇସେନ୍ସ୍‌ ଫି ନ ଦେଇ ଥିବାରୁ ପ୍ରକଳ୍ପର ଅନୁମୋଦନକୁ ରଦ୍ଦ କରାଯାଇଥିଲା। ପରେ ଏନେଇ ୨୦୧୬ରେ ମାମଲା ଦାଏର ହୋଇଥିଲା। ଗୌତମଙ୍କ ବିରୋଧରେ ଆଇପିସି ଧାରା ୪୦୬ ଏବଂ ୪୨୦ ଅନ୍ତର୍ଗତ ମାମଲା ଦାଏର ହୋଇଛି।

Share