Categories: ଜାତୀୟ

ଗୋଶାଳାରେ ଗାଈଙ୍କ ମୃତ୍ୟୁ: ୮ ସରକାରୀ ଅଧିକାରୀ ନିଲମ୍ବିତ

ଲକ୍ଷ୍ନୌ,୧୫।୭: ଗତ କିଛି ଦିନ ହେବ ଉତ୍ତର ପ୍ରଦେଶରେ ଥିବା ବିଭିନ୍ନ ଗୋଶାଳାରେ ଗାଈଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ ଯୋଗୀ ସରକାର ଏକ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ୮ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ କିଛିଦନ ହେବ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଦ୍ୱାରା ଖୋଲା ଯାଇଥିବା ଗୋଶଳାରେ କିଛି ଗାଈଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କର ମୃତ୍ୟୁ ଖାଦ୍ୟାଭାବ, ବର୍ଷା ଓ ବିଜୁଳି ଘଡ଼ଘଡ଼ି ଜନିତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୭ରେ ଯୋଗୀ ଆଦିତ୍ୟନାଥ ଶାସନ କ୍ଷମତାକୁ ଆସିବା ପରେ ଗୋ-ସୁରକ୍ଷା ତାଙ୍କ କାର୍ଯ୍ୟସୂଚୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି। ତେଣୁ ଏମାନଙ୍କ କ୍ଷେତ୍ରରେ ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଲୋଚନା ହେଉଛି।

Share