Posted inଜାତୀୟ

‘ଗୋଲି ମାରୋ’ ସ୍ଲୋଗାନ ଦେଇ ୬ ଗିରଫ

ନୂଆଦିଲ୍ଲୀ,୧।୩(ପି.ଟି.): ଦିଲ୍ଲୀର ସବୁଠୁ ବ୍ୟସ୍ତ ରାଜୀବ ଚୌକ ମେଟ୍ରୋ ଷ୍ଟେଶନରେ ଶନିବାର ସକାଳେ ‘ଗୋଲି ମାରୋ’ ସ୍ଲୋଗାନ ଦେଇଥିବା ୬ ଜଣ ଯୁବକଙ୍କୁ ମେଟ୍ରୋ କର୍ମଚାରୀ ଓ ସୁରକ୍ଷା କର୍ମୀ କାବୁ କରି ରେଲଓ୍ବେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦେଶ ପ୍ରତି ବିଶ୍ୱାସଘାତ କରିଥିବା ଲୋକଙ୍କୁ ଗୁଳି ମାରିଦେବା ପାଇଁ ସେମାନେ କହୁଥିବାର ଭିଡିଓ କ୍ଲିପିଙ୍ଗ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେମାନଙ୍କୁ ଦିଲ୍ଲୀ ମେଟ୍ରୋ ରେଲ୍‌ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀରେ ଶନିବାର ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ଲୋକେ କାମ ପାଇଁ ବାହାରକୁ ବାହାରିଛନ୍ତି। ଘରଛାଡ଼ି ପଳାଇଥିବା ଅଧିକାଂଶ ଲୋକ ଫେରିଆସି ସେମାନଙ୍କ ଘର ସଜାଡିବା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥା ଫେରିବାକୁ ଆଉ କିଛିଦିନ ଲାଗିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶନିବାର ଦଙ୍ଗା ଅଞ୍ଚଳରେ କେତେକ ଦୋକାନ ଖୋଲିଥିବା ଦେଖାଯାଇଥିଲା। ତେବେ ଅଧିକ ସଂଖ୍ୟାରେ ଲୋକ ଏକାଠି ରୁଣ୍ଡ ହେବା ଉପରେ କଟକଣା ଲଗାଯାଇଛି। ପୋଲିସ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ହିଂସାକାଣ୍ଡ ସ୍ଥଳରୁ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ଭଗ୍ନାବଶେଷକୁ ସଫା କରିଦେଇଛି। ଜଳିଯାଇଥିବା ଗାଡ଼ିଗୁଡ଼ିକୁ ଉଠାଇବା ଓ ରାସ୍ତା ଅବରୋଧ ହଟାଇବାରେ କ୍ରେନ୍‌ ଓ ବୁଲ୍‌ଡୋଜର ବ୍ୟବହାର କରାଯାଉଛି। ସୁରକ୍ଷାବଳ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯିବା ସହ ସ୍ଥାନୀୟ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଜନସାଧାରଣ ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ ଷଡ଼ଯନ୍ତ୍ରକାରୀଙ୍କ ଚକ୍ରାନ୍ତରେ ନ ପଡିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତ ୨୩ ତାରିଖରୁ ୩ ଦିନ ଧରି ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ମୌଜପୁର, ବାବରପୁର, ଚାନ୍ଦବାଗ୍‌, ଶିବ ବିହାର, ଭଜନପୁରା, ଯମୁନା ବିହାର ଅଞ୍ଚଳରେ ହିଂସାକାଣ୍ଡ ଯୋଗୁ ୪୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

୫ ଦିନ ପରେ ବି ଶବାଗାର ବାହାରେ ଲୋକଙ୍କ ଅପେକ୍ଷା

ଦଙ୍ଗାର ୫ ଦିନ ପରେ ବି ସମ୍ପର୍କୀୟଙ୍କ ମୃତଦେହ ନେବା ଲାଗି ଗୁରୁ ତେଗ୍‌ବାହାଦୁର (ଜିଟିବି) ହସ୍ପିଟାଲ ଶବାଗାର ବାହାରେ ଲୋକଙ୍କ ଭିଡ଼ ଲାଗି ରହିଛି। ସୋମବାରଠାରୁ ଅପେକ୍ଷା କରିଥିବା ସଲିମ କୌଶର(୫୦) ଧୈର୍ଯ୍ୟହରା ହୋଇପଡ଼ିଲେଣି ବୋଲି କହିଛନ୍ତି। ସେ ତାଙ୍କ ଭାଇଙ୍କ ମୃତଦେହ ନେବା ପାଇଁ ଅପେକ୍ଷା କରିଛନ୍ତି। ଦଙ୍ଗା ବେଳେ ତାଙ୍କ ଭାଇଙ୍କୁ ଜିଅନ୍ତା ଜାଳିଦିଆଯାଇଥିଲା। ଦଙ୍ଗାରେ ସଲିମ୍‌ ସବୁକିଛି ହରାଇଛନ୍ତି। ବାରାମ୍ବାର ଆସିବା ପାଇଁ ତାଙ୍କ ପାଖରେ ପଇସା ନ ଥିବା ସେ ପୋଲିସକୁ କହିଛନ୍ତି। ସେହିପରି ନିଜ୍‌ମା ନାମ୍ନୀ ମହିଳା ତାଙ୍କ ପୁଅ ମୋନିସଙ୍କୁ ଦଙ୍ଗା ପରେ ପାଉନାହାନ୍ତି। ସେ ୪ଟି ହସ୍ପିଟାଲ ଖୋଜିବା ପରେ ଶୁକ୍ରବାର ଜିଟିବି ହସ୍ପିଟାଲ ଶବାଗାରରେ ପୁଅଙ୍କ ମୃତଦେହ ପାଇଥିଲେ। ସେ ହସ୍ପିଟାଲକୁ ୭-୮ ଥର ଆସିବା ସତ୍ତ୍ୱେ ତାଙ୍କୁ ପୁଅ ଶବ ହସ୍ତାନ୍ତର କରାଯାଇ ନ ଥିବା କହିଛନ୍ତି। ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କାଗଜପତ୍ର କାମ କରିବାରେ ବିଳମ୍ବ କରୁଥିବାରୁ ଶବ ହସ୍ତାନ୍ତରରେ ବିଳମ୍ବ ହେଉଥିବା କୁହାଯାଇଛି। ୨୫ଟି ଶବ ବ୍ୟବଚ୍ଛେଦ ସରିଲାଣି, ଆଉ ୧୩ଟି ବାକି ରହିଛି ବୋଲି ଜିଟିବି କର୍ତ୍ତୃପକ୍ଷ କହିଛନ୍ତି।

୭ ଯାଏ ସ୍କୁଲ ବନ୍ଦ

ଉତ୍ତରପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ହିଂସାକାଣ୍ଡ ପରେ ମଙ୍ଗଳବାରଠାରୁ ଉକ୍ତ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ଏଥିସହିତ ଦିଲ୍ଲୀ ସରକାର ଉକ୍ତ ଅଞ୍ଚଳରେ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ବୋର୍ଡ ପରୀକ୍ଷା ହେବାକୁ ଥିବା ସେଣ୍ଟରଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲାଗି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri