Posted inଜାତୀୟ

‘ଗୋଲି ମାରୋ’ ସ୍ଲୋଗାନ ଦେଇ ୬ ଗିରଫ

ନୂଆଦିଲ୍ଲୀ,୧।୩(ପି.ଟି.): ଦିଲ୍ଲୀର ସବୁଠୁ ବ୍ୟସ୍ତ ରାଜୀବ ଚୌକ ମେଟ୍ରୋ ଷ୍ଟେଶନରେ ଶନିବାର ସକାଳେ ‘ଗୋଲି ମାରୋ’ ସ୍ଲୋଗାନ ଦେଇଥିବା ୬ ଜଣ ଯୁବକଙ୍କୁ ମେଟ୍ରୋ କର୍ମଚାରୀ ଓ ସୁରକ୍ଷା କର୍ମୀ କାବୁ କରି ରେଲଓ୍ବେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦେଶ ପ୍ରତି ବିଶ୍ୱାସଘାତ କରିଥିବା ଲୋକଙ୍କୁ ଗୁଳି ମାରିଦେବା ପାଇଁ ସେମାନେ କହୁଥିବାର ଭିଡିଓ କ୍ଲିପିଙ୍ଗ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେମାନଙ୍କୁ ଦିଲ୍ଲୀ ମେଟ୍ରୋ ରେଲ୍‌ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀରେ ଶନିବାର ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ଲୋକେ କାମ ପାଇଁ ବାହାରକୁ ବାହାରିଛନ୍ତି। ଘରଛାଡ଼ି ପଳାଇଥିବା ଅଧିକାଂଶ ଲୋକ ଫେରିଆସି ସେମାନଙ୍କ ଘର ସଜାଡିବା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥା ଫେରିବାକୁ ଆଉ କିଛିଦିନ ଲାଗିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶନିବାର ଦଙ୍ଗା ଅଞ୍ଚଳରେ କେତେକ ଦୋକାନ ଖୋଲିଥିବା ଦେଖାଯାଇଥିଲା। ତେବେ ଅଧିକ ସଂଖ୍ୟାରେ ଲୋକ ଏକାଠି ରୁଣ୍ଡ ହେବା ଉପରେ କଟକଣା ଲଗାଯାଇଛି। ପୋଲିସ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ହିଂସାକାଣ୍ଡ ସ୍ଥଳରୁ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ଭଗ୍ନାବଶେଷକୁ ସଫା କରିଦେଇଛି। ଜଳିଯାଇଥିବା ଗାଡ଼ିଗୁଡ଼ିକୁ ଉଠାଇବା ଓ ରାସ୍ତା ଅବରୋଧ ହଟାଇବାରେ କ୍ରେନ୍‌ ଓ ବୁଲ୍‌ଡୋଜର ବ୍ୟବହାର କରାଯାଉଛି। ସୁରକ୍ଷାବଳ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯିବା ସହ ସ୍ଥାନୀୟ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଜନସାଧାରଣ ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ ଷଡ଼ଯନ୍ତ୍ରକାରୀଙ୍କ ଚକ୍ରାନ୍ତରେ ନ ପଡିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତ ୨୩ ତାରିଖରୁ ୩ ଦିନ ଧରି ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ମୌଜପୁର, ବାବରପୁର, ଚାନ୍ଦବାଗ୍‌, ଶିବ ବିହାର, ଭଜନପୁରା, ଯମୁନା ବିହାର ଅଞ୍ଚଳରେ ହିଂସାକାଣ୍ଡ ଯୋଗୁ ୪୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

୫ ଦିନ ପରେ ବି ଶବାଗାର ବାହାରେ ଲୋକଙ୍କ ଅପେକ୍ଷା

ଦଙ୍ଗାର ୫ ଦିନ ପରେ ବି ସମ୍ପର୍କୀୟଙ୍କ ମୃତଦେହ ନେବା ଲାଗି ଗୁରୁ ତେଗ୍‌ବାହାଦୁର (ଜିଟିବି) ହସ୍ପିଟାଲ ଶବାଗାର ବାହାରେ ଲୋକଙ୍କ ଭିଡ଼ ଲାଗି ରହିଛି। ସୋମବାରଠାରୁ ଅପେକ୍ଷା କରିଥିବା ସଲିମ କୌଶର(୫୦) ଧୈର୍ଯ୍ୟହରା ହୋଇପଡ଼ିଲେଣି ବୋଲି କହିଛନ୍ତି। ସେ ତାଙ୍କ ଭାଇଙ୍କ ମୃତଦେହ ନେବା ପାଇଁ ଅପେକ୍ଷା କରିଛନ୍ତି। ଦଙ୍ଗା ବେଳେ ତାଙ୍କ ଭାଇଙ୍କୁ ଜିଅନ୍ତା ଜାଳିଦିଆଯାଇଥିଲା। ଦଙ୍ଗାରେ ସଲିମ୍‌ ସବୁକିଛି ହରାଇଛନ୍ତି। ବାରାମ୍ବାର ଆସିବା ପାଇଁ ତାଙ୍କ ପାଖରେ ପଇସା ନ ଥିବା ସେ ପୋଲିସକୁ କହିଛନ୍ତି। ସେହିପରି ନିଜ୍‌ମା ନାମ୍ନୀ ମହିଳା ତାଙ୍କ ପୁଅ ମୋନିସଙ୍କୁ ଦଙ୍ଗା ପରେ ପାଉନାହାନ୍ତି। ସେ ୪ଟି ହସ୍ପିଟାଲ ଖୋଜିବା ପରେ ଶୁକ୍ରବାର ଜିଟିବି ହସ୍ପିଟାଲ ଶବାଗାରରେ ପୁଅଙ୍କ ମୃତଦେହ ପାଇଥିଲେ। ସେ ହସ୍ପିଟାଲକୁ ୭-୮ ଥର ଆସିବା ସତ୍ତ୍ୱେ ତାଙ୍କୁ ପୁଅ ଶବ ହସ୍ତାନ୍ତର କରାଯାଇ ନ ଥିବା କହିଛନ୍ତି। ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କାଗଜପତ୍ର କାମ କରିବାରେ ବିଳମ୍ବ କରୁଥିବାରୁ ଶବ ହସ୍ତାନ୍ତରରେ ବିଳମ୍ବ ହେଉଥିବା କୁହାଯାଇଛି। ୨୫ଟି ଶବ ବ୍ୟବଚ୍ଛେଦ ସରିଲାଣି, ଆଉ ୧୩ଟି ବାକି ରହିଛି ବୋଲି ଜିଟିବି କର୍ତ୍ତୃପକ୍ଷ କହିଛନ୍ତି।

୭ ଯାଏ ସ୍କୁଲ ବନ୍ଦ

ଉତ୍ତରପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ହିଂସାକାଣ୍ଡ ପରେ ମଙ୍ଗଳବାରଠାରୁ ଉକ୍ତ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ଏଥିସହିତ ଦିଲ୍ଲୀ ସରକାର ଉକ୍ତ ଅଞ୍ଚଳରେ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ବୋର୍ଡ ପରୀକ୍ଷା ହେବାକୁ ଥିବା ସେଣ୍ଟରଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲାଗି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri