Categories: ଫୁରସତ

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ ଏ, ବି, ଏବି ତଥା ଓ ବ୍ରୁପ୍‌ ରହିଥାଏ। ଏହା ସହିତ ଅନ୍ୟ ଏକ ବିରଳ ଗ୍ରୁପ୍‌ ରହିଛି ତାହା ହେଉଛି ଆର୍‌ ଏଚ୍‌ ନଲ୍‌ ବ୍ଲଡ୍‌ ଗ୍ରୁପ୍‌। ଏହାକୁ ଗୋଲଡେନ୍‌ ବ୍ଳଡ୍‌ ଗ୍ରୁପ୍‌ କୁହାଯାଇଥାଏ। ଚିକିତ୍ସା ବିଜ୍ଞାନରେ ଏହାକୁ ରିସସ୍‌ ନେଗେଟିଭ୍‌ ଗ୍ରୁପ୍‌ କୁହାଯାଏ।  ଗତ ୫୨ ବର୍ଷ ମଧ୍ୟରେ ପୃଥିବୀର କେଳବ ୪୩ ଜଣ ଲୋକଙ୍କଠାରେ ଏହି ଗ୍ରୁପ୍‌ର ବ୍ଲଡ୍‌ ରହିଛି। ବ୍ଲଡ୍‌ରେ ଆଣ୍ଟିଜେନ୍‌ ପରିମାଣ କମ୍‌ ରହିଲେ ଏହାକୁ ବିରଳ ଗ୍ରୁପ୍‌ ବୋଲି କୁହାଯାଇଥାଏ। ଆଣ୍ଟିଜେନ୍‌ ଶରୀରରେ ଆଣ୍ଟିବଡି ତିଆରି କରିଥାଏ। ଆଣ୍ଟିବଡ଼ି ଦ୍ୱାରା ରୋଗପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ। ରେସସ୍‌ ନେଗେଟିଭ୍‌  ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ପରି ହୋଇଥାଏ। ତେବେ ସେମାନଙ୍କୁ ନିଜ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥାଏ। ସେମାନେ ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ଡୋନର ଭାବେ କାର୍ଯ୍ୟ କରିଥାନ୍ତି। ତେବେ ସେମାନଙ୍କ ପାଇଁ ଡୋନର୍‌ ମିଳିବାରେ ଅସୁବିଧା ଦେଖା ଦେଇଥାଏ।

Share