ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଜଡ଼ିତ ୭ଜଣ ଅପରାଧୀ ଗଞ୍ଜାମ କନ୍ଧମାଳ ଜିଲା ସୀମାବର୍ତ୍ତୀ ଡହ ନିକଟସ୍ଥ ଗୋଚ୍ଛାପଲ୍ଲୀ ଜଙ୍ଗଲ ଅଭିମୁଖେ ଚାଲିଯାଇଥିଲେ। ସେଠାରେ ପୋଲିସ ସହ ଅଭିଯୁକ୍ତମାନଙ୍କ ମୁହଁାମୁହିଁ ହୋଇଥିଲା। ଅପରାଧିମାନେ ପୋଲିସ ଉପରକୁ ବୋମା ମାଡ଼ କରିବା ସହ ଗୁଳିଚାଳନା କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏହି ସମୟରେ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। କିନ୍ତୁ ଅଭିଯୁକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଙ୍ଗିର ଚରଣ ରାଉତଙ୍କ ବାଇକ୍‌ କେନାଲ ଆଡ଼ିରେ ଖସିପଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ପକେଟରେ ଧରିଥିବା ବୋମାଟି ଫୁଟି ଯାଇଥିଲା। ଏଥିରେ ଚରଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପୋଲିସ ଚରଣଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ଆଣିଥିଲେ । ମେଡିକାଲରେ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ ଗଣମାଧ୍ୟମକୁ ସୁଚନା ଦେଇଛି । ଚରଣଙ୍କ ପକେଟରୁ ୨୧ ହଜାର ଟଙ୍କା ଜବତ ହୋଇଛି । ଏଥିସହ ପୋଲିସ ଘଟଣାସ୍ଥଳରୁ ଗୋଟିଏ ମାଉଜର ଜବତ କରିଥିବା ଜଣାପଡ଼ିଛି। କିନ୍ତୁ ପୋଲିସ ଏନେଇ ବିଶେଷ ସୂଚନା ମିଳିପାରିନାହିଁ। ତେବେ ଅନ୍ୟ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ ପାଇଁ ଚେଷ୍ଟା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri