Categories: ଜାତୀୟ

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଖେଚୁଡି ସମର୍ପଣ କରିଥିଲେ। ଏହାପରେ ଅନୁରାଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ସେହି ସମୟରେ ଦୁହେଁ ବହୁ ସମୟ ଧରି ଧାର୍ମିକ ଆଲୋଚନା କରିଥିଲେ। ବାବା ଗୋରଖନାଥଙ୍କ ମାଟିରେ ଲାଇଭ୍‌ ପର୍‌ଫରମାନ୍ସ କରିବା ଏକ ସୌଭାଗ୍ୟର କଥା। ଆଗକୁ ବି ସୁଯୋଗ ମିଳିଲେ ସେ ଧାର୍ମିକ ଆୟୋଜନରେ ସାମିଲ ହେବେ ବୋଲି ଅନୁରାଧା କହିଛନ୍ତି। ଏହାପରେ ଯୋଗୀ ଅନୁରାଧାଙ୍କୁ କୁମ୍ଭ-୨୦୧୯ର ଏକ ପୁସ୍ତକ ଭେଟି ଦେଇଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଗୋରଖପୁର ମହୋତ୍ସବର ଉଦ୍‌ଯାପନୀ ଦିବସ ରହିଥିବା ବେଳେ ଅନୁରାଧାଙ୍କ ଲାଇଭ୍‌ ପର୍‌ଫରମାନ୍ସ ରହିଥିବାରୁ ସେ ଗୋରଖପୁର ଗସ୍ତ କରିଛନ୍ତି।

Share