ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ ଛାଡ଼ି ବାକି ସମସ୍ତ ନିର୍ମାଣକୁ ଭାଙ୍ଗିଦେଇଛି ପ୍ରଶାସନ। ଉତ୍ତର ପାର୍ଶ୍ୱରେ ଗୋଟିଏ, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ୨ଟି ଲେଖାଏ ମନ୍ଦିର ରହିଥିବାବେଳେ ପୂର୍ବ ପାର୍ଶ୍ୱରେ ରାମଦୟା ପରିଷଦ, ବଡ଼ଛତା ମଠ ଏବଂ ଛାଉଣୀ ମଠକୁ ଛାଡ଼ି ଦିଆଯାଇଛି। ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ମଠ, ମନ୍ଦିରକୁ ନ ଭାଙ୍ଗି ଏଗୁଡ଼ିକର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ଓ ସ୍ଥାପନ କରାଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚତ୍ ପାରିନି ପ୍ରଶାସନ। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଯେଉଁଠି ଅଛି (ସୂଚନାକେନ୍ଦ୍ର ଛାତ ଉପରେ) ସେଠାରୁ ସ୍ଥାନାନ୍ତର ନ କରିବା ଲାଗି ଗୋପବନ୍ଧୁପ୍ରେମୀ ଅଡ଼ିି ବସିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର ଲାଗି ପ୍ରଶାସନ ଯେଉଁ ଯୋଜନା କରୁଥିଲା ସେଥିରୁ ଓହରି ଯିବାକୁ ସ୍ଥିର କରିଛି। କାରଣ ବର୍ତ୍ତମାନ ପରିସ୍ଥିତିରେ କୌଣସି ବିବାଦରେ ପଶିବାକୁ ପ୍ରଶାସନ ଚାହୁଁ ନ ଥିବା ଜଣାପଡ଼ିଛି।
ସୁରକ୍ଷା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁକ୍ତ ହୋଇଛି ମେଘନାଦ ପାଚେରି। ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରିଛି ପ୍ରଶାସନ। ସୋମବାର ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ଚତୁର୍ଥ ଦିନରେ ବି ଚାଲିଥିଲା। ବଳକା ରହିଥିବା କିଛି ନିର୍ମାଣକୁ ଗୁରୁବାର ଭଙ୍ଗା ଯାଇଥିଲା। ବିଶେଷକରି ରାମଦୟା ପରିଷଦ ପଛ ପାର୍ଶ୍ୱରେ ତିଆରି ହୋଇଥିବା ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇ ମେଘନାଦ ପାଚେରିଠାରୁ ଛଡ଼ାଇ ଦିଆଯାଇଥିଲା। ତେବେ ରାମଦୟା ପରିଷଦ ପଛ ପାର୍ଶ୍ୱରେ ଥିବା ବରଗଛ ମୂଳ ଏବଂ ରୋଷେଇ ଘରକୁ ନେଇ ଦିନତମାମ୍‌ ଚର୍ଚ୍ଚା ଚାଲିଥିଲା। ରୋଷେଇ ଘରକୁ କେହି ଗୁପ୍ତ କୋଠରି ବୋଲି କହୁଥିବା ବେଳେ ବରଗଛକୁ ତଡ଼ାଯିବା ପରେ ତା’ ମୂଳରୁ ଶ୍ରୀମନ୍ଦିରକୁ ଗୁପ୍ତ ସୁଡ଼ଙ୍ଗ ରହିଥିବା କହୁଥିଲେ। ତେବେ ପ୍ରଶାସନିକ ଅଧିକାରୀ, ଏଏସ୍‌ଆଇ ଏବଂ ରାମଦୟା ପରିଷଦର ସମ୍ପାଦକ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
ପରିଷଦର ସମ୍ପାଦକ ତଥା ବଡ଼ଛତା ମଠ ମହନ୍ତ ଜଗନ୍ନାଥ ଦାସ ମହାରାଜ କହିଛନ୍ତି, ଏହା ଗୁପ୍ତ କୋଠରୀ ନୁହେଁ। ବିଭିନ୍ନ ସମୟରେ ସାଧୁସନ୍ଥ ଆସିଲେ ସେମାନଙ୍କ ପାଇଁ ଏହି ଘରେ ରୋଷେଇ କରାଯାଉଥିଲା। ଏହାର ଛାତ ଉପରେ ଥିବା ଘରେ ସେମାନେ ବିଶ୍ରାମ ନେଉଥିଲେ। ସେହିପରି ସୁଡ଼ଙ୍ଗ ପ୍ରସଙ୍ଗରେ କହିଥିଲେ, ଶତାୟୁ ବରଗଛ ଉପାଡ଼ି ଦେବା ପରେ ତା’ ମୂଳରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ସୁଡ଼ଙ୍ଗ କହି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି। ସେହିପରି ଏଏସ୍‌ଆଇ ପକ୍ଷରୁ ମଧ୍ୟ ଗୁପ୍ତ କୋଠରି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି। ଏହା ପୁରୁଣା ନୁହେଁ, ନୂଆ ନିର୍ମାଣ ବୋଲି କୁହାଯାଇଥିବା ବେଳେ ଉପଜିଲାପାଳ ଭବତାରଣ ସାହୁ ମଧ୍ୟ ଗୁପ୍ତ କୋଠରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ନାହିଁ ବୋଲି ସେ କହିଛନ୍ତି। ତେବେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ କିପରି ମେଘନାଦ ପାଚେରିକୁ ଲାଗି କୋଠରି ତିଆରି ହୋଇଥିଲା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ଯେଉଁ କେତେକ ମଠ, ମନ୍ଦିରକୁ ବାଦ୍‌ ଦେଇଛି ସେଗୁଡ଼ିକ ମଧ୍ୟରୁ କିଛି ଭାଙ୍ଗିବାକୁ ଯୋଜନା କରାଯାଇଛି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ପାଇଁ ଏଥିମଧ୍ୟରୁ କେତେକକୁ ଭାଙ୍ଗି ସାଇଜ୍‌ କରାଯିବ। କେବଳ ଠାକୁରଙ୍କ ବିଜେସ୍ଥଳୀକୁ ସମ୍ମାନର ସହ ସୁରକ୍ଷିତ ରଖାଯାଇ ବଳକା ଅଂଶକୁ ଉଚ୍ଛେଦ କରାଯିବ ବୋଲି ଶୁଣିବାକୁ ମିଳୁଛି। ମାତ୍ର ଏ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri