Categories: ବାଣିଜ୍ୟ

ଗୋଦ୍‌ରେଜ ଅଧ୍ୟକ୍ଷଙ୍କୁ ମିଳିଛି ୧୧୪ ଗୁଣା ବେତନ

ନୂଆଦିଲ୍ଲୀ,୮-୭: ଗୋଦ୍‌ରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ଅଧ୍ୟକ୍ଷ ଆଦି ଗୋଦ୍‌ରେଜଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ବେତନର ୧୧୪ ପ୍ରତିଶତ ଅଧିକ ପାରିତୋଷିକ ମିଳିଛି। ତାଙ୍କୁ ଗୋଟିଏ ବର୍ଷରେ ୬.୦୭ କୋଟି ଟଙ୍କା ବେତନ ମିଳିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ସେହିପରି କମ୍ପାନୀ ଏମ୍‌ଡି ତଥା ସିଇଓ ବିବେକ ଗମ୍ଭୀରଙ୍କୁ ଏହାଠାରୁ ଅଧିକ ବେତନ ମିଳିଛି। ସେ ହାରାହାରି ବେତନର ୩୧୧.୨୬ ଗୁଣା ଅର୍ଥାତ୍‌ ୧୩.୧ କୋଟି ଟଙ୍କା ପାଇଛନ୍ତି। କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ନିସାବା ଗୋଦ୍‌ରେଜ୍‌ଙ୍କୁ ୧୨୩.୪୭ ଗୁଣା ଅର୍ଥାତ୍‌ ୫.୨ କୋଟି ଟଙ୍କା ମିଳିଛି। ସୂଚନାଯୋଗ୍ୟ ଯେ, ୨୦୧୭-୧୮ ତୁଳନାରେ ଆଦି ଗୋଦ୍‌ରେଜଙ୍କୁ ୨୦ ପ୍ରତିଶତ ଓ ଗମ୍ଭୀରଙ୍କୁ ୩୩ ପ୍ରତିଶତ କମ୍‌ ବେତନ ମିଳିଛି। କମ୍ପାନୀର ରିପୋର୍ଟ ଅନୁଯାୟୀ, ୨-୧୮-୧୯ରେ କମ୍ପାନୀର କର୍ମଚାରୀଙ୍କ ହାରାହାରି ବେତନ ୪.୨୧ ଲକ୍ଷ ଟଙ୍କା ଥିଲା। କର୍ମଚାରୀଙ୍କ ବେତନ ଆଲୋଚ୍ୟ ବର୍ଷରେ ୬.୨୩ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀରେ ୨୭୮୧ କର୍ମଚାରୀ କାର୍ଯ୍ୟ କରୁଥିଲେ।

Share