ଗୋଡ଼ଭଗାରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଅତାବିରା,୩।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଏଟିଏମ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌  ଭାଙ୍ଗିବାରେ ସଫଳ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଗୋଡ଼ଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ଛଡ୍ରିଆ କହିଛନ୍ତି।