Posted inଜାତୀୟ

ଗୋଟିଏ ହସ୍ପିଟାଲରେ ଭର୍ତ୍ତି ଥାଇ ବି ଶେଷ ସମୟରେ ବାପାଙ୍କୁ ଭେଟିପାରିଲେନି ପୁଅ

ଥିରୁଭାନନ୍ତପୁରମ,୧୪।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬ ଓ ୧୧୪ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ, ଲୋକମାନେ ନିଜ ପରିବାରଠାରୁ ମଧ୍ୟ ଦୂରେଇ ଯାଉଛନ୍ତି। କରୋନା ଯୋଗୁ କେତେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବାରୁ ନିଜ ଲୋକଙ୍କୁ ଭେଟି ମଧ୍ୟ ପାରୁ ନାହାନ୍ତି। ଏଭଳି ସ୍ଥିତିରେ କେରଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କେରଳ ଇଡୁକିର ଥୋଡୁପୁଝା ନିକଟସ୍ଥ ଅଲେକୋଡ ଗାଁର ଜଣେ ବ୍ୟକ୍ତି ନିଜ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ। ଏନେଇ ସେ ଫେସ୍‌ବୁକ୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ବ୍ୟକ୍ତି ଇଟାଲିର କତାରରେ ଥିବା ଏକ ଘରୋଇ ଫାର୍ମରେ କାର୍ଯ୍ୟ କରୁଥିବା ବେଳେ ମାର୍ଚ୍ଚ ୭ରେ ବାପାଙ୍କ ଅସୁସ୍ଥତା ନେଇ ଖବର ପାଇଥିଲେ। ଏହାପରେ ସେ ତୁରନ୍ତ କତାରରୁ କେରଳ ଅଭିମୁଖେ ବାହାରିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଇଥିଲା। ହେଲେ ତାଙ୍କଠାରେ କରୋନା ସମ୍ବନ୍ଧୀୟ କୌଣସି ଲକ୍ଷଣ ନ ମିଳିବାରୁ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିଥିଲା। କୋଟୟାମ ଯିବା ପରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସେ କୋଟୟାମ ମେଡିକାଲ କଲେଜ୍‌ରେ ଥିବା କରୋନା ସେଲ୍‌ରେ ନିଜର ଯାଞ୍ଚ କରାଇଥିଲେ। ଯେହେତୁ କତାରର ବିଭିନ୍ନ ସ୍ଥାନ କରୋନା ଭାଇରସ୍‌ ସଂକ୍ରମିତ ହୋଇଛି। ତେଣୁ ଆଗୁଆ ସତର୍କତା ଯୋଗୁ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ୯ଦିନ ବିତାଇବା ପରେ ତାଙ୍କୁ ଅଚାନକ ବାପାଙ୍କ ମୃତ୍ୟୁ ଖବର ମିଳିଥିଲା। ଯଦିଓ ଗୋଟିଏ ହସ୍ପିଟାଲରେ ବାପା ଓ ପୁଅ ଭର୍ତ୍ତି ହୋଇଥିଲେ, କିନ୍ତୁ ଆଇସୋଲେଟେଡ୍‌ ପ୍ରୋଟୋକଲ ଯୋଗୁ ଦୁହେଁ ଦୁହିଁଙ୍କୁ ଭେଟି ପାରି ନ ଥିଲେ। ପରଦିନ ହସ୍ପିଟାଲର ମୃତଦେହ ବ୍ୟବଚ୍ଛେଦ ଗୃହକୁ ବାପାଙ୍କ ମୃତଦେହକୁ ଅଣାଯାଇଥିଲା। ଉକ୍ତ ବ୍ୟକ୍ତି ଆଇସୋଲେଶନ୍‌ ଓ୍ବାର୍ଡର ଝରକାରୁ ବାପାଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ଯଦି ସ୍ବେଚ୍ଛାକୃତ ଭାବେ କରୋନା ସେଲ୍‌ରେ ଭର୍ତ୍ତି ହୋଇ ନ ଥାନ୍ତେ ତେବେ ସେ ବାପାଙ୍କୁ ଦେଖିପାରିଥାନ୍ତେ ବୋଲି ବ୍ୟକ୍ତି ଜଣଙ୍କ ଦୁଃଖ ପ୍ରକାଶ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସତକର୍ତା ଅବଲମ୍ବନ ନ କରିଥାନ୍ତେ ତେବେ ସବୁଦିନ ପାଇଁ ପରିବାରଠାରୁ ଦୂରେଇ ଯାଇଥାନ୍ତେ। ତାଙ୍କର ଏହି ବଳିଦାନ ଓ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri