ଗୋଟିଏ ସମୟରେ ଦୁଇ ହାତରେ ଲେଖିପାରୁଥିଲେ ସୁଶାନ୍ତ

ନୂଆଦିଲ୍ଲୀ- ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରସ୍ଥିତ ନିଜ ବାସଭବନରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ବିହାରର ଏହି ଯୁବ ଅଭିନେତାଙ୍କ ମୃତ୍ୟୁ ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର ଅନେକ ସେଲିବ୍ରିଟି ତାଙ୍କର ବିଭିନ୍ନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ସୁଶାନ୍ତଙ୍କୁ ମନେ ପକାଉଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଗୋଟିଏ ସମୟରେ ଉଭୟ ହାତରେ ଲେଖୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସୁଶାନ୍ତ ‘ଛିଛୋରେ’ ଫିଲ୍ମର କୋ-ଷ୍ଟାର ତାହିର ରାଜ ଭସିନଙ୍କ ନାମକୁ ଗୋଟିଏ କାଗଜରେ ଲେଖୁଛନ୍ତି। ଦୁଇ ହାତରେ ସୁଶାନ୍ତ ୨ଟି କଲମ ଧରି ଗୋଟିଏ ସମୟରେ ତାହିରଙ୍କ ନାମକୁ ଲେଖୁଥିବାର ଦେଖିବାକୁ ମିଳିଛି। ଲେଖିସାରିଲା ପରେ ସୁଶାନ୍ତ ବେଶ୍‌ ଖୁସି ଜାହିର କରିଥିଲେ। ଏହି ଭିଡିଓକୁ ବହୁ ପ୍ରଶଂସକ ରିଟୁଇଟ୍‌ କରିବା ସହ ଲାଇକ୍‌ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ସୁଶାନ୍ତ ଅଭିନୟ ସହ ପଢ଼ାରେ ମଧ୍ୟ ସଫଳତା ହାସଲ କରିପାରିଥିଲେ। ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଏଆଇଇଇଇ)ରେ ସର୍ବଭାରତୀୟସ୍ତରରେ ସେ ୭ ନମ୍ବର ର଼୍ୟାଙ୍କ ଲାଭ କରିଥିଲେ।

Share