Posted inଜାତୀୟ

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଭୋପାଳର ୪୪ ଜଣ ବନ୍ଧୁ। ଆଉ ଏମାନେ ମିଶି କରଜରେ ବୁଡି ଯାଇଥିବା ଜଣେ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି। ଅସଲ ଘଟଣା ହେଲା ଭୋପାଳର ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରିଥିଲେ। ହେଲେ ଏଥିରେ କ୍ଷତି ହେବା ଫଳରେ ତାଙ୍କ ଉପରେ ଲକ୍ଷାଧିକ ଟଙ୍କର ଋଣ ବୋଝ ପାଲଟି ଯାଇଥିଲା। ସେ ଏକଥା ଅଷ୍ଟ୍ରେଲିଆରେ ଥିବା ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ। ଆଉ ଜୁନ୍‌ ୩୦ ସୁଦ୍ଧା ଋଣ ପରିଶୋଧ ନ କଲେ ତାଙ୍କ ଘର ବିକ୍ରି ହୋଇଯିବ ବୋଲି ମଧ୍ୟ କହିଥିଲେ। ଏକଥା ଜାଣିବା ପରେ ଅଷ୍ଟ୍ରେଲିଆରେ ଥିବା ତାଙ୍କର ବନ୍ଧୁ ଜଣଙ୍କ ହ୍ବାଟସ୍‌ ଆପ୍‌ରେ ଏକ ଗ୍ରୁପ ତିଆରି କରି ଏଥିରେ ଥିବା ୪୪ ଜଣ ସାଙ୍ଗକୁ ଏଥିପାଇଁ କିଛି କିଛି ଅର୍ଥ ସାହାଯ୍ୟ ଦେବାକୁ କହିଥିଲେ। ତାହାପୁଣି ସର୍ତ୍ତରେ। ସର୍ତ୍ତ ଥିଲା ଅର୍ଥ ଦେବା ସମୟରେ ଏହା ଯେଉଁ ସାଙ୍ଗକୁ ଦିଆଯାଉଛି ତାକୁ ଏ ବିଷୟରେ ଯେମିତି କିଛି ପଚରା ନ ଯାଏ। ଶେଷରେ ତାହାହିଁ ହେଲା ସମସ୍ତେ୨୫ ହଜାର ଲେଖାଁ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାରୁ ଦେବାଳିଆ ହୋଇଯାଇଥିବା ବନ୍ଧୁଙ୍କ ପାଖରେ ରାତାରାତି ପହଞ୍ଚିଲା ୧୧ ଲକ୍ଷ ଟଙ୍କା। ଆଉ କିଛି ନ ପଚାରି ତାଙ୍କୁ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ସାଙ୍ଗମାନେ କହିଥିଲେ। ଅର୍ଥାତ୍‌ ଜୁନ୍‌ ୨୯ରେ ଭୋପାଳର ସେହି ବ୍ୟବସାୟୀ ଓ୍ବାନ ଟାଇମ୍‌ ସେଟଲମେଣ୍ଟରେ ୧୧ହଜାର ଟଙ୍କା ପଇଠ କରି ଋଣ ମୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri