Categories: ଜାତୀୟ

ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା: କାନ୍ଥରେ ଲେଖାଅଛି ସୁଇସାଇଡ୍‌ ନୋଟ୍‌

ଗାଜିଆବାଦ,୩।୧୨: ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ସକାଳୁ ଗୋଟିଏ ପରିବାରର ଜଣେ ପୁରୁଷ, ଜଣେ ମହିଳା ଓ ୨ ପିଲାଙ୍କ ମୃତ ଦେହ ମିଳିବା ପରେ ଏବେ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି। ଏଥିରେ ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁଲସନ ବାସୁଦେବା ନାମକ ଜଣେ ବ୍ୟକ୍ତି ୨ ସ୍ତ୍ରୀ ଓ ୨ ପିଲାଙ୍କ ସହ ଇନ୍ଦିରାପୁରମରେ କୃଷ୍ଣା ଅପରା ସଫାୟାର ସୋସାଇଟିର ୮ ମହଲା ଘରେ ରହୁଥିଲେ। ମଙ୍ଗଳବାର ସକାଳୁ ବାସୁଦେବଙ୍କ ସହ ତାଙ୍କର ୨ ସ୍ତ୍ରୀ ୮ ମହାଲା ତଳେ ପଡିଥିବା ଦେଖାଯାଇଥିଲା। ଏହାପରେ ତାଙ୍କର ପୁଅ(୧୫)ବର୍ଷ ଓ ଝିଅ(୧୧)ବର୍ଷ ଛାତ ଉପରେ ମରି ପଡିଥିବା ଦେଖାଯାଇଥିଲା। ତେବେ ପିଲା ଦୁଇଜଣଙ୍କୁ ମାରିବା ପରେ ୨ ସ୍ତ୍ରୀଙ୍କ ସହ ବାସୁଦେବ ଛାତରୁ ଡେଇଁ ପଡିଥିବା ଅନୁମାନ କରାଯାଇଛି। ଏମିତିକି ଏମାନେ ଆତ୍ମହତ୍ୟା ପୂର୍ବରୁ ଘରେ ଥିବା ଏକ ଠେକୁଆଙ୍କୁ ମଧ୍ୟ ମାରି ଦେଇଥିବା କୁହାଯାଉଛି। ପୋଲିସର ପ୍ରାଥମିକ ତଦନ୍ତରୁ ଆର୍ଥିକ ଅନଟନ ଆତ୍ମହତ୍ୟାର କାରଣ କୁହାଯାଉଥିବା ବେଳେ ଘଟଣା ଯାଞ୍ଚ ଆରମ୍ଭ କରାଯାଇଛି। ଅନ୍ୟପଟେ କାନ୍ଥରେ ଏମାନଙ୍କ ଆତ୍ମହତ୍ୟା ପାଇଁ ରାକେଶ ବର୍ମା ନାମକ ବ୍ୟକ୍ତି ଦାୟୀ ବୋଲି ଲେଖା ହୋଇଛି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କର ପରେ ମୃତ୍ୟୁ ହୋଇଥିବା କୁହାଯାଉଛି।

Share