Categories: ବାଣିଜ୍ୟ

ଗୋଟିଏ ଦିନରେ ଟଙ୍କା ୧୧୩ ପଇସା ଖସିଲା

ମୁମ୍ବାଇ,୬-୮: ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରଭାବ ଦେଶର ମୁଦ୍ରା ବଜାରରେ ପଡିଛି। ସୋମବାର ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୧୧୩ ପଇସା ହ୍ରାସ ପାଇଛି, ଯାହା କି ଗୋଟିଏ ଦିନରେ ୬ବର୍ଷର ସର୍ବନିମ୍ନ। ସୋମବାର ଟଙ୍କାର ମୂଲ୍ୟ ୭୦.୭୩ରେ ବନ୍ଦ ହୋଇଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ, ଚାଇନାର ମୁଦ୍ରା ୟୁଆନର ଅବମୂଲ୍ୟାୟନ ଏବଂ କଶ୍ମୀରକୁ ନେଇ ଅନିଶ୍ଚିତତାର ପ୍ରଭାବ ଟଙ୍କାର ମୂଲ୍ୟ ଉପରେ ପଡିଥିଲା। କ୍ରମାଗତ ୩ ଦିନରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୯୪ ପଇସା ହ୍ରାସ ପାଇଛି।

Share