Categories: ଜାତୀୟ

ଗୋଆରେ ବୁଲା ଗାଈ ଖାଉଛନ୍ତି ମାଛ-ମାଂସ: ଅଭ୍ୟାସ ପରିବର୍ତ୍ତନ କରି ଶାକାହାରୀ କରିବାକୁ ମନ୍ତ୍ରୀ ଦେଲେ ପରାମର୍ଶ

ପଣଜୀ,୨୨।୧୦: ଗୋଆରେ ବୁଲା ଗାଈ ରାସ୍ତାରେ ପଡ଼ିଥିବା ମାଛ-ମାଂସ ଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସେମାନଙ୍କର ଅଭ୍ୟାସରେ ପରିବର୍ତ୍ତନ ଅଣାଯାଇ ଶାକାହାରୀ କରିବାକୁ ମନ୍ତ୍ରୀ ମାଇକଲ ଲୋବୋ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀଙ୍କ ଲଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁଲାଗାଈଙ୍କୁ ଗୋଶାଳାକୁ ଅଣାଯାଇ ସେଠାରେ ତାଙ୍କର ଅଭ୍ୟାସ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ, ସ୍ଥାନୀୟ କଲଗୁଣ୍ଟରେ ଏକ ଗୋଶାଳା ନିର୍ମାଣ କରାଯାଇ ସେଠାରେ ୭୬ ବୁଲା ଗାଈଙ୍କୁ ଅଣାଯାଇ ଗୋଖାଦ୍ୟ ଦିଆ ଯାଇଥିଲା। ମାତ୍ର ଗାଈ ସେସବୁ ଖାଇ ନ ଥିଲେ। ରାସ୍ତାରେ ବୁଲି ମାଛ-ମାଂସ ଖାଇ ସେମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ଆସିଥିବାରୁ ଏଭଳି ହୋଇଛି। ତେବେ ସେମାନଙ୍କର ଚିକିତ୍ସା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Share