Categories: ଜାତୀୟ

ଗୈରସୈଣ ଉତ୍ତରାଖଣ୍ଡର ଦ୍ୱିତୀୟ ରାଜଧାନୀ

ଡେରାଡୁନ୍‌,୯ା୬(ପି.ଟି.): ଚାମୋଲି ଜିଲାର ଗୈରସୈଣକୁ ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଭାବେ ସୋମବାର ଘୋଷଣା କରାଯାଇଛି। ପ୍ରଶାସନ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନ ଭାବେ ବିକଶିତ କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ କହିଛନ୍ତି। ଡେରାଡୁନ୍‌ ବ୍ୟତୀତ ଏକ ଦ୍ୱିତୀୟ ରାଜଧାନୀ ନିର୍ମାଣ ସମ୍ପର୍କରେ ମାର୍ଚ୍ଚ ୪ରେ ବିଧାନସଭା ବଜେଟ ଅଧିବେଶନ ବେଳେ ମୁଖ୍ୟମନ୍ତ୍ରୀ ରାଓ୍ବତ ଘୋଷଣା କରିଥିଲେ। ରାଜ୍ୟପାଳ ବବିରାଣୀ ମୌର୍ଯ୍ୟଙ୍କ ଅନୁମୋଦନ ପରେ ମୁଖ୍ୟ ସଚିବ ଉତ୍ପଳ କୁମାର ସିଂ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Share