ଗେଷ୍ଟ୍‌ ହାଉସ୍‌ରୁ ୨ ଚୋରଙ୍କୁ ଧରିଲା ପୋଲିସ

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ପରିସରରେ ଥିବା ଏକ ଗେଷ୍ଟ୍‌ହାଉସ୍‌ରେ ୧୦ଦିନ ଧରି ରହିଆସୁଥିବା ଦୁଇ ଚାଉଳ ଚୋରଙ୍କୁ ଝାରସୁଗୁଡ଼ା ଆର୍‌ପିଏଫ୍‌ ପୋଲିସ ସୋମବାର ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ସୋମବାର ଆସି ଧାମନଗରରେ ପହଞ୍ଚିଥିଲା। ଧାମନଗର ଥାନା ପୋଲିସ ସହାୟତାରେ ଖାନ୍‌କା ଗେଷ୍ଟ୍‌ ହାଉସ ୧୪ ନଂ. ରୁମ୍‌ରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରି ନେଇଥିଲା।