Categories: ଫୁରସତ

ଗେମିଂ ବେଡ୍‌

ସେ ଛୋଟ ହୁଅନ୍ତୁ କି ବଡ଼, ଭିଡିଓ ଗେମ୍‌ ଖେଳିବାକୁ ଅନେକେ ଭଲପାଆନ୍ତି। ହେଲେ ଦୀର୍ଘ ସମୟ ବସି ବସି ଖେଳୁ ଖେଳୁ ଅଣ୍ଟା କାଟିଥାଏ। ଅନେକ ସମୟରେ ଅଣ୍ଟା କାଟିବା ଯୋଗୁ ଖେଳ ଅଧା ବନ୍ଦ କରିବାକୁ ଅନେକେ ବାଧ୍ୟ ହୁଅନ୍ତି। ତେବେ ଜାପାନର ଆସବାବପତ୍ର ଡିଜାଇନ୍‌ କରୁଥିବା ରିଟେଲର୍‌ ‘ବୌହୁଟେ’ ଆଣିଛି ଏମିତି ଏକ ବେଡ୍‌, ଯାହା ସମ୍ପର୍କରେ ଜାଣିଲେ ଭିଡିଓ ଗେମ୍‌ ଖେଳୁଥିବା ବ୍ୟକ୍ତି ଖୁସିରେ ଉଛୁଳି ଉଠିବେ। ‘ଗେମିଂ ବେଡ୍‌’ ନାମକ ଏହି ବେଡ୍‌ରେ ବସିକି ଖେଳିବାର ଆବଶ୍ୟକତା ନାହିଁ। ଆପଣ ଆରାମରେ ଶୋଇକି ଖେଳିପାରିବେ। ଉକ୍ତ ବେଡ୍‌ରେ ଆରାମଦାୟକ ମାଟ୍ରେସ୍‌, ଗେମିଂ ବ୍ଲାଙ୍କେଟ୍‌, ନିଜ ଆବଶ୍ୟକତା ମୁତାବକ ଉଠାଇ ହେଉଥିବା ହେଡ୍‌ବୋର୍ଡ, ଏକ ଡେସ୍କ, ସ୍ନାକ୍‌ ହୋଲ୍ଡର୍‌ ଓ ଏକ ଫ୍ଲେକ୍ସିବଲ୍‌ ସ୍ମାର୍ଟଫୋନ୍‌ ହୋଲ୍ଡର ଅଛି। ଯଦ୍ଦ୍ବାରା ଆରାମରେ ଶୋଇ ରହି, ଖାଇ ପିଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳିପାରିବେ। ଭିଡିଓ ଗେମ୍‌ ଅଧିକ ସମୟ ଖେଳିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ହେଲେ ଏହି ବେଡ୍‌ ଗେମ୍‌ ଖେଳୁଥିବା ବ୍ୟକ୍ତିଙ୍କୁ ବେଶ୍‌ ଭଲ ଲାଗିବ।

Share