କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ ଏ ସମ୍ପର୍କିତ ଫୋନ୍ ରେକର୍ଡିଂ ଲାଗିଛି ଗଣମାଧ୍ୟମ ହାତରେ। ଅନ୍ୟପଟେ ରେକର୍ଡିଂ ଶୁଣିବା ପରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।
ସୋଗରପାଟଣା ସାହିର ଦିବ୍ୟାଙ୍ଗ ହିମାଂଶୁ ସ୍ବାଇଁଙ୍କ ସ୍ତ୍ରୀ ରଶ୍ମିତା ଅଭିଯୋଗ କରିଛନ୍ତି ଯେ, ଆବାସ ଯୋଜନା ଗୃହ ନିର୍ମାଣ ସମ୍ପର୍କିତ ଶେଷ କିସ୍ତି ବିଲ୍ ପାଇଁ ସେ ନିର୍ବାହୀ ଅଧିକାରୀ (ପିଇଓ) ସୁଶାନ୍ତି ସେଠୀ ସହ ଫୋନ୍ରେ କଥାବାର୍ତ୍ତା ହୋଇଥିଲେ। ଏଥିପୂର୍ବରୁ ବିଲ୍ କରାଇ ଦେବାକୁ ତାଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନିଆଯାଇଥିଲା। ସେଥିରୁ ୨ହଜାର ଟଙ୍କା ଏବିଡିଓଙ୍କୁ ଦିଆଯାଇଥିବା ପିଇଓଙ୍କ ସ୍ବାମୀ ମଧ୍ୟସ୍ଥ ସାଜି ଫୋନ୍ରେ କହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିତାଧିକାରୀ ୨ଟି କିସ୍ତିରେ ୫୦ ହଜାର ଟଙ୍କା ସରକାରଙ୍କଠାରୁ ପାଇଛନ୍ତି। ଅଥଚ ତାଙ୍କୁ ଅଦ୍ୟାବଧି କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ଏ ସମ୍ପର୍କରେ ପଚାରିବାରେ ଗ୍ରାମର ଅନ୍ୟ ୫ଜଣ କାର୍ଯ୍ୟାଦେଶ ନ ପାଇ ଛାତ ପକାଇଲେଣି। ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ। କାର୍ଯ୍ୟାଦେଶ ଦିଆଯିବ ବୋଲି କହୁଛନ୍ତି। ରଶ୍ମିତା କରଜ ଆଣି ଘର ତିଆରି କରୁଥିବା କହିଥିବାବେଳେ ବିଲ୍ ନ କରିବା ପାଇଁ ଚାପ ପଡୁଛି ବୋଲି ନିର୍ବାହୀ ଅଧିକାରୀ କହୁଛନ୍ତି। ଏ ସମ୍ପର୍କିତ ସମସ୍ତ କଥାବାର୍ତ୍ତା ମୋବାଇଲ ଫୋନ୍ରେ ରେକର୍ଡିଂ ହୋଇଛି, ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ରଶ୍ମିତା ବିଡିଓଙ୍କୁ ଶୁଣାଇଛନ୍ତି।
ଏ ନେଇ ପିଇଓଙ୍କ ମୋବାଇଲ (ନଂ.୮୦୧୮୨୫୮୧୦୦)ରେ ଯୋଗାଯୋଗ କରିବାରୁ ସେ କହିଲେ, ଅଭିଯୋଗ ଆଣିଥିବା ହିତାଧିକାରୀ ଘର କରୁଥିବା ଜମିକୁ ନେଇ ବିବାଦ ଅଛି। ତେଣୁ ଫାଇନାଲ ବିଲ୍ କରିବାରେ ବିଳମ୍ବ ହେଉଛି। ହିତାଧିକାରୀ ଆଣିଥିବା ଅଭିଯୋଗ ମିଥ୍ୟା। ରେକର୍ଡ ହୋଇଥିବା ଭଏସ୍ ତାଙ୍କର ନୁହେଁ ବୋଲି ପିଇଓ ନିଜ ପକ୍ଷ ରଖି କହିଛନ୍ତି।
ଅଭିଯୋଗ ସମ୍ପର୍କରେ ଏବିଡିଓ ସୁରେଶ ସାହୁଙ୍କୁ ପଚାରିବାରେ ସେ ଏଥିରେ ସମ୍ପୃକ୍ତ ନ ଥିବା ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ସମସ୍ତ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ରେକର୍ଡିଂ ଶୁଣିବା ପରେ ବିଡିଓ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀଙ୍କୁ ଡାକି ତଦନ୍ତ କରିବେ। ତା’ ସହ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଗୃହ କାର୍ଯ୍ୟାଦେଶ ବିଲ୍ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ
Posted inଆମ ଜିଲା ଖବର, ଢେଙ୍କାନାଳ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


