ଗୃହ କାର୍ଯ୍ୟାଦେଶ ବିଲ୍‌ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ

କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍‌ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ ଏ ସମ୍ପର୍କିତ ଫୋନ୍‌ ରେକର୍ଡିଂ ଲାଗିଛି ଗଣମାଧ୍ୟମ ହାତରେ। ଅନ୍ୟପଟେ ରେକର୍ଡିଂ ଶୁଣିବା ପରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।
ସୋଗରପାଟଣା ସାହିର ଦିବ୍ୟାଙ୍ଗ ହିମାଂଶୁ ସ୍ବାଇଁଙ୍କ ସ୍ତ୍ରୀ ରଶ୍ମିତା ଅଭିଯୋଗ କରିଛନ୍ତି ଯେ, ଆବାସ ଯୋଜନା ଗୃହ ନିର୍ମାଣ ସମ୍ପର୍କିତ ଶେଷ କିସ୍ତି ବିଲ୍‌ ପାଇଁ ସେ ନିର୍ବାହୀ ଅଧିକାରୀ (ପିଇଓ) ସୁଶାନ୍ତି ସେଠୀ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଏଥିପୂର୍ବରୁ ବିଲ୍‌ କରାଇ ଦେବାକୁ ତାଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନିଆଯାଇଥିଲା। ସେଥିରୁ ୨ହଜାର ଟଙ୍କା ଏବିଡିଓଙ୍କୁ ଦିଆଯାଇଥିବା ପିଇଓଙ୍କ ସ୍ବାମୀ ମଧ୍ୟସ୍ଥ ସାଜି ଫୋନ୍‌ରେ କହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିତାଧିକାରୀ ୨ଟି କିସ୍ତିରେ ୫୦ ହଜାର ଟଙ୍କା ସରକାରଙ୍କଠାରୁ ପାଇଛନ୍ତି। ଅଥଚ ତାଙ୍କୁ ଅଦ୍ୟାବଧି କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ଏ ସମ୍ପର୍କରେ ପଚାରିବାରେ ଗ୍ରାମର ଅନ୍ୟ ୫ଜଣ କାର୍ଯ୍ୟାଦେଶ ନ ପାଇ ଛାତ ପକାଇଲେଣି। ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ। କାର୍ଯ୍ୟାଦେଶ ଦିଆଯିବ ବୋଲି କହୁଛନ୍ତି। ରଶ୍ମିତା କରଜ ଆଣି ଘର ତିଆରି କରୁଥିବା କହିଥିବାବେଳେ ବିଲ୍‌ ନ କରିବା ପାଇଁ ଚାପ ପଡୁଛି ବୋଲି ନିର୍ବାହୀ ଅଧିକାରୀ କହୁଛନ୍ତି। ଏ ସମ୍ପର୍କିତ ସମସ୍ତ କଥାବାର୍ତ୍ତା ମୋବାଇଲ ଫୋନ୍‌ରେ ରେକର୍ଡିଂ ହୋଇଛି, ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ରଶ୍ମିତା ବିଡିଓଙ୍କୁ ଶୁଣାଇଛନ୍ତି।
ଏ ନେଇ ପିଇଓଙ୍କ ମୋବାଇଲ (ନଂ.୮୦୧୮୨୫୮୧୦୦)ରେ ଯୋଗାଯୋଗ କରିବାରୁ ସେ କହିଲେ, ଅଭିଯୋଗ ଆଣିଥିବା ହିତାଧିକାରୀ ଘର କରୁଥିବା ଜମିକୁ ନେଇ ବିବାଦ ଅଛି। ତେଣୁ ଫାଇନାଲ ବିଲ୍‌ କରିବାରେ ବିଳମ୍ବ ହେଉଛି। ହିତାଧିକାରୀ ଆଣିଥିବା ଅଭିଯୋଗ ମିଥ୍ୟା। ରେକର୍ଡ ହୋଇଥିବା ଭଏସ୍‌ ତାଙ୍କର ନୁହେଁ ବୋଲି ପିଇଓ ନିଜ ପକ୍ଷ ରଖି କହିଛନ୍ତି।
ଅଭିଯୋଗ ସମ୍ପର୍କରେ ଏବିଡିଓ ସୁରେଶ ସାହୁଙ୍କୁ ପଚାରିବାରେ ସେ ଏଥିରେ ସମ୍ପୃକ୍ତ ନ ଥିବା ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ସମସ୍ତ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ରେକର୍ଡିଂ ଶୁଣିବା ପରେ ବିଡିଓ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀଙ୍କୁ ଡାକି ତଦନ୍ତ କରିବେ। ତା’ ସହ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri