ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ: ୪୫,୫୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ରାଜ୍ୟର ନିଜସ୍ବ ରାଜସ୍ବ ବାବଦକୁ ମୋଟ ୪୫,୫୦୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ଟିକସ ବାବଦକୁ ୩୩,୦୦୦ କୋଟି ଓ ଅଣଟିକସ ବାବଦକୁ ୧୨,୫୦୦ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଅଟକଳ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାର ପ୍ରଶ୍ନକାଳରେ ଏହା କହିଛନ୍ତି। ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ତାରକା ପ୍ରଶ୍ନ ନଂ.୩୯୨ର ଉତ୍ତର ଦେଇ ମନ୍ତ୍ରୀ ପୂଜାରୀ ଏହି ତଥ୍ୟ ଦେଇଛନ୍ତି।
ସେହିପରି ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ନିଜସ୍ବ ଟିକସ ଓ ଅଣଟିକସ ବାବଦକୁ ଯଥାକ୍ରମେ ୬,୯୪୩ କୋଟି ଏବଂ ୩୪୮୪ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବେତନ, ଭତ୍ତା, ପେନ୍‌ସନ ଓ ଦପ୍ତର ପରିଚାଳନା ବାବଦରେ ୩୧,୭୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୮-୧୯ ସଂଶୋଧିତ ଅଟକଳ ଅନୁଯାୟୀ ଏ ବାବଦରେ ୩୯,୯୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷରେ ଏହି ସବୁ ଖର୍ଚ୍ଚ ପାଇଁ ୪୪,୬୧୩ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ମନ୍ତ୍ରୀ ପୂଜାରୀ ଉତ୍ତର ଦେଇଛନ୍ତି। ୨୦୧୦-୧୧ରେ ୧୫,୦୦୫ କୋଟି, ୨୦୧୧-୧୨ରେ ୧୫,୮୧୫ କୋଟି, ୨୦୧୨-୧୩ରେ ୧୭,୩୫୫ କୋଟି, ୨୦୧୩-୧୪ରେ ୧୯,୨୬୦ କୋଟି, ୨୦୧୪-୧୫ରେ ୨୨,୪୧୦ କୋଟି, ୨୦୧୫-୧୬ରେ ୨୪,୪୩୨ କୋଟି ଏବଂ ୨୦୧୬-୧୭ରେ ୨୬,୫୦୭ କୋଟି ଟଙ୍କା ବେତନ, ଭତ୍ତା, ପେନ୍‌ସନ ଓ ଦପ୍ତର ପରିଚାଳନା ବାବଦକୁ ଖର୍ଚ୍ଚ ହୋଇଛି।
ସେହିଭଳି ୨୦୧୪-୧୫ ଆର୍ଥିକ ବର୍ଷରେ ୨୭,୮୯୯ କୋଟି, ୨୦୧୫-୧୬ରେ ୩୧,୨୩୮ କୋଟି, ୨୦୧୬-୧୭ରେ ୩୦,୮୯୫ କୋଟି, ୨୦୧୭-୧୮ରେ ୩୬,୩୧୨ କୋଟି ଏବଂ ୨୦୧୮-୧୯ରେ ୪୦,୫୦୦ କୋଟି ଟଙ୍କା ନିଜର ରାଜସ୍ବ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ପୁଜାରୀ ତଥ୍ୟ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri