‘ଗୁଲାବୋ ସିତାବୋ’ରେ ଅମିତାଭ, ଆୟୁଷ୍ମାନ୍‌

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କୁ ପ୍ରଥମଥର ଲାଗି ଏକାଠି ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବେ। ସୁଜିତ୍‌ ସିର୍‌କାର୍‌ଙ୍କ ପରବର୍ତ୍ତୀ କମେଡ଼ି ଫିଲ୍ମ ‘ଗୁଲାବୋ ସିତାବୋ’ରେ ଦୁହେଁ ଏକାଠି ଅଭିନୟର ଯାଦୁ ଦେଖାଇବେ। ସୁଜିତ୍‌ଙ୍କ ଦୀର୍ଘଦିନର ସହଯୋଗୀ ଜୁହି ଚତୁର୍ବେଦୀ ଏହି ଫିଲ୍ମଟିକୁ ଲେଖିଛନ୍ତି। ଏହାପୂର୍ବରୁ ‘ଭିକି ଡୋନର୍‌’‘ପିଙ୍କୁ’ ରେ ସେମାନେ ଏକାଠି କାମ କରିଥିଲେ। ଜୁହିଙ୍କ ଏହି ଫିଲ୍ମର କାହାଣୀ ମୋତେ ବେଶ୍‌ ଆକର୍ଷିତ କରିଥିଲା ଓ ମୋର ନିର୍ଦ୍ଦେଶକ ବନ୍ଧୁ ରୋନି ଲାହିରିଙ୍କ ସହ ଏନେଇ ମୁଁ ଆଲୋଚନା କରିବା ପରେ ମେଗାଷ୍ଟାର୍‌ ଅମିତାଭ୍‌ ଓ ଆୟୁଷ୍ମାନ ଆମ ସହ ସାମିଲ୍‌ ହୋଇଥିଲେ ବୋଲି ସୁଜିତ୍‌ କହିଛନ୍ତି। ଚଳିତବର୍ଷ ଏହି ଫିଲ୍ମ ମୁକ୍ତିଲାଭ କରିବା ଲାଗି ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ‘ଗୁଲାବୋ ସିତାବୋ’ ଏକ ମଜାଦାର୍‌ କାହାଣୀ ଉପରେ ଆଧାରିତ। ମେଗାଷ୍ଟାର୍‌ ଅମିତାଭଙ୍କ ସହ ପ୍ରଥମଥର ଲାଗି କାମ କରୁଥିବାରୁ ମୁଁ ଗର୍ବିତ ବୋଲି ଆୟୁଷ୍ମାନ୍‌ କହିଛନ୍ତି। ସୁଜିତ୍‌ଦା ମୋତେ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେଇଥିବାରୁ ବହୁତ୍‌ ଖୁସିଥିବା ଆୟାଷ୍ମାନ୍‌ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ଗୁଲାବୋ ସିତାବୋ’ ଆସନ୍ତା ନଭେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି।

Share