ଗୁରୁଦିବସରେ ଶିକ୍ଷୟିତ୍ରୀ,ଶିକ୍ଷକ ସମ୍ବର୍ଦ୍ଧିତ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗୟାଧର ସାହୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୭ ଜଣ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ସମାଜ ସଂସ୍କାରକ ଓ ପ୍ରବକ୍ତା ସ୍ବାମୀ ସୁଧାନନ୍ଦ ସରସ୍ବତୀ ଏବଂ ମୁଖ୍ୟ ଅତିଥି ଭାବେ ସମାଜ ସଂସ୍କାରକ ଓ ପ୍ରବକ୍ତା ବୀରେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ସଂସଦ ପକ୍ଷରୁ ଆଧ୍ୟାତ୍ମିକ ପୁସ୍ତକ ରଚୟିତା ଶିକ୍ଷାବିତ୍‌ ସରୋଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଶୈଳେନ୍ଦ୍ର ନାରାୟଣ ସାହୁ ବିବରଣୀ ପାଠ କରିଥିବାବେଳେ କବି ଅନୀଲ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ବରିଷ୍ଠ ଶିକ୍ଷୟିତ୍ରୀ ଜାନକୀ ମିଶ୍ର, ଶିକ୍ଷକ ନୀଳମଣି ଦାସ, ନୃସିଂହ ଚରଣ ପଟ୍ଟନାୟକ, ଭକ୍ତ ଶେଖର ସା, ନରହରି ରାଉତ, କୃଷ୍ଣଚନ୍ଦ୍ର ମାଝୀ, ଏକାଦଶୀ ନାଥ ପ୍ରମୁଖଙ୍କୁ ଶିକ୍ଷାକ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷୟିତ୍ରୀ ଜାନକୀ ମିଶ୍ର, ଶିକ୍ଷକ ଗୟାଧର ସାହୁ ପ୍ରତିଭା ସମ୍ପର୍କରେ ନିଜସ୍ବ ମତ ରଖିଥିଲେ।