ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରିଥିବା ଜ୍ୟୋତିଙ୍କ ସମ୍ମାନରେ ଡାକ ଟିକେଟ ଜାରି

ପାଟନା,୨୫।୫: ଲକ୍‌ଡାଉନ ଯୋଗୁ ବାହାରେ ଫସିରହିଥିବା ଜ୍ୟୋତି ଓ ତାଙ୍କ ପିତାଙ୍କୁ ନେଇ ଏବେ ଚର୍ଚ୍ଚା ଚାରିଆଡେ। ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିଥିବା ମାତ୍ର ୧୫ ବର୍ଷୀୟ ଜ୍ୟୋତିଙ୍କ ସାହସ ଓ ଉତ୍ସାହକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ତାଙ୍କର ଏଭଳି ଐତିହାସିକା କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ଲୋକମାନେ ଜ୍ୟୋତିଙ୍କୁ ସମ୍ମାନ ଜଣାଉଛନ୍ତି। ଇତିମଧ୍ୟରେ ଦରଭଙ୍ଗା ଡାକ ବିଭାଗ ମଧ୍ୟ ତାଙ୍କ ସମ୍ମାନରେ My Stamp ଡାକ ଟିକେଟ ଜାରି କରିଛନ୍ତି। ଦରଭଙ୍ଗା ପୋଷ୍ଟାଲ ବିଭାଗର ଅଧୀକ୍ଷକ ଉମେଶ ଚନ୍ଦ୍ର ପ୍ରସାଦ ନିଜେ ଜ୍ୟୋତିଙ୍କ ଗ୍ରାମକୁ ଯାଇ ଏହି ଡାକ ଟିକେଟ ପ୍ରଦାନ କରି ସମ୍ମାନିତ କରଥେିବା ଜଣାପଡ଼ିଛି। ଏଥିସହ ଫେରାରୀ କୁଇନ୍‌ର ମାନ୍ୟତା ପ୍ରଦାନ କରି ଅଧୀକ୍ଷକ ୫୧୦୦ଟଙ୍କାର ଏକ ଚେକ୍‌ ଓ ବସ୍ତ୍ର ପ୍ରଦାନ କରିଥିଲେ। ଏତଦ୍‌ ବ୍ୟତିତ ଡାକ କାର୍ଯ୍ୟାଳୟରେ ଜ୍ୟୋତିଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ। ସେହିପରି ଜ୍ୟୋତିଙ୍କ ପିତାଙ୍କୁ ମଧ୍ୟ ଏକ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡାକ ବିଭାଗର ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥଲେ। ଜ୍ୟୋତିଙ୍କ ଅଦ୍ୟମ ସାହସ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ବୋଲି ଅଧୀକ୍ଷକ ଉମେଶ କହିଛନ୍ତି।

Share