ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ

ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି କି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରେ ୮୩ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରତିବର୍ଷ ବହୁ ଶିକ୍ଷକ, କର୍ମଚାରୀ ଅବସର ନେଉଥିବା ବେଳେ ନୂଆ ନିଯୁକ୍ତି ଦିଆ ନ ଯିବା ଜିଲାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଗଭୀର ପ୍ରଭାବିତ କରିଛି। ଜିଲାର ୧୩୧ ସରକାରୀ ହାଇସ୍କୁଲ ମଧ୍ୟରୁ କେବଳ ୨୨ଟିରେ ପ୍ରଧାନ ଶିକ୍ଷକ ଥିବା ବେଳେ ୪୨୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିପରି ବହୁ ସ୍କୁଲରେ କିରାଣି, ପିଅନ ନ ଥିବାରୁ ସେଠାରେ ଥିବା ଶିକ୍ଷକଙ୍କୁ ସେହି କାମ କରିବାକୁ ପଡ଼ୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲାରେ ଗଣଶିକ୍ଷା ବିଭାଗ ଅଧୀନରେ ମୋଟ ୨୪୩ଟି ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୫ଟି ପୁରାତନ ହୋଇଥିବା ବେଳେ ୯୫ଟି ନୂତନ ଓ ୨୧ଟି ଉନ୍ନୀତ ହାଇସ୍କୁଲକୁ ମିଶାଇ ମୋଟ୍‌ ୧୩୧ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେହିପରି ବ୍ଲକ ଗ୍ରାଣ୍ଟ ସ୍କୁଲ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ସଂଖ୍ୟା ୯୮ ଏବଂ ଅନୁଦାନ ପ୍ରାପ୍ତ ୧୪ଟି ହାଇସ୍କୁଲ ଅଛି। ତେବେ ଏସବୁ ମଧ୍ୟରୁ ବହୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। କିଶୋରନଗର ବ୍ଲକରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ବି ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି ଆଠମଲ୍ଲିକ ବ୍ଲକରେ ଥିବା ହାଇସ୍କୁଲ ମଧ୍ୟରୁ ମାତ୍ର ଗୋଟିଏରେ ଜଣେ ପ୍ରଧାନ ଶିକ୍ଷକ ଥିବାବେଳେ ବଅଁରପାଳ ବ୍ଲକରେ ୩ ଜଣ, ଛେଣ୍ଡିପଦାରେ ୩, ଅନୁଗୋଳ ବ୍ଲକରେ ୪, ତାଳଚେରରେ ୨, ପାଲଲହଡ଼ାରେ ୪ ଓ କଣିହଁା ବ୍ଲକରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ୫ଟିରେ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଛନ୍ତି। କେବଳ ପ୍ରଧାନଶିକ୍ଷକ ନୁହନ୍ତି, ଜିଲାରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ବିଷୟଭିତ୍ତିକ ଶିକ୍ଷକ ଓ ପିଇଟି ଆଦିରେ ପ୍ରାୟ ୧୮୬୭ ଶିକ୍ଷକଙ୍କ ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ମାତ୍ର ୧୪୪୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେହିଭଳି ୧୨୯ ଜଣ କିରାଣିଙ୍କ ସ୍ଥାନରେ ୮୫ ଜଣ ଓ ୨୫୯ ପିଅନଙ୍କ ସ୍ଥାନରେ ୧୬୨ ଜଣ ଅଛନ୍ତି। ୧୦୧ ଜଣ ରାତି ଜଗୁଆଳି ପଦବୀ ଥିଲେ ବି ମାତ୍ର ୬୬ ଜଣ କାର୍ଯ୍ୟରତ ଅଛନ୍ତି। ଏପରି କି ୮ଟି ବ୍ଲକ ମଧ୍ୟରୁ ଗୋଟିଏରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏଯାଏ ନିଯୁକ୍ତି ଦିଆଯାଇ ନାହିଁ। ଜିଲାରେ ଦ୍ୱିତୀୟ ଶ୍ରେଣୀ ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) ପଦବୀ ୧୦ ଥିବା ବେଳେ ବର୍ତ୍ତମାନ ମାତ୍ର ୩ ଜଣ ଏହି ପଦବୀରେ ରହିଛନ୍ତି। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ପୂରଣ ହେଉ ନ ଥିବାରୁ ସେଠାରେ ସହକାରୀ ଶିକ୍ଷକ ଦାୟିତ୍ୱ ସମ୍ଭାଳୁଛନ୍ତି। ଫଳରେ ଦୁଇଟିଯାକ କାର୍ଯ୍ୟକୁ ସେମାନେ ଠିକ୍‌ ଭାବେ କରିପାରୁ ନ ଥିବା ବେଳେ ଅନେକ କ୍ଷେତ୍ରରେ ସହକର୍ମୀମାନେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଆବଶ୍ୟକ ସହଯୋଗ କରୁ ନ ଥିବା ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଛି। ଏହାର ପ୍ରଭାବ ସିଧାସଳଖ ଶିକ୍ଷାଦାନ ଉପରେ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri