Categories: ଜାତୀୟ

ଗୁଜରାଟର ୬୭ ବିଧାୟକଙ୍କୁ ଜୟପୁର ନେଲା କଂଗ୍ରେସ

ଅହମଦାବାଦ, ୧୭।୩: ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନିଜ ୬୭ ବିଧାୟକଙ୍କୁ ଜୟପୁର ନେଇଯାଇଛି। ୧୮୨ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାlରେ କଂଗ୍ରେସର ୭୩ ବିଧାୟକ ଥିବାବେଳେ ୫ ଜଣ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିସାରିଛନ୍ତି। ବାଚସ୍ପfତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ ମଧ୍ୟ କରିସାରିଛନ୍ତି। ଜିତୁ ଚୌଧୁରୀ ନାମକ ଜଣେ କଂଗ୍ରେସ ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ। ପ୍ରଥମ ପର୍ଯ୍ୟାୟରେ ୪୨ ଓ ପରେ ୨୫ ବିଧାୟକଙ୍କୁ କଂଗ୍ରେସ ଜୟପୁର ନେଇଛି। ରାଜ୍ୟ ବିଧାନସଭା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ କଂଗ୍ରେସ ରାଜ୍ୟ ସଭା ଭୋଟ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଦଳର ମୁଖପାତ୍ର ମନୀଷ ଦୋଷୀ ପ୍ରକାଶ କରିଛନ୍ତି। କ୍ରସ ଭୋଟିଂକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଂଗ୍ରେସରୁ ଶକ୍ତିସିଂନ୍‌ ଗୋହିଲ, ଭରତ ସିଂନ୍‌ ସୋଲାଙ୍କିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପାରୁ ଅଭୟ ଭରଦ୍ୱାଜ, ନରହରି ଅମିନ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଭାଜପା ୨ ଆସନ ଓ କଂଗ୍ରେସ ୧ ଆସନରେ ସହଜରେ ଜିତବ ବୋଲି ଜଣାପଡ଼ିଥିବା ବେଳେ ତୃତୀୟ ଆସନ ଲାଗି କ୍ରସ ଭୋଟିଂର ଆଶଙ୍କା ରହିଛି। ଏହାକୁ ଏଡ଼ାଇବା ଲାଗି କଂଗ୍ରେସ ନିଜ ବିଧାୟକମାନଙ୍କୁ ଜୟପୁର ନେଇଥିବା ଜଣାପଡ଼ିଛି।

Share