ଗୁଜବ ଉପରେ ଧ୍ୟାନ ନ ଦେବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୧୪ା୩(ଡି.ଏନ.ଏ.)

କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଗଞ୍ଜାମ ଜିଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି ା ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୨୨ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। କରୋନା ନେଇ ଥିବା ସରକାରୀ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲାପାଳ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲପାଳ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ପ୍ରତି ସୋମବାର ହେଉଥିବା ଅଭିଯୋଗ ଶୁଣାଣି, ମୋ ନିବେଦନ, ମୋ ତହସିଲ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଥିବା କହିଛନ୍ତିା ଏଥିସହ ସ୍କୁଲ ବନ୍ଦ ରହିଥିଲେ ହେଁ ଶିକ୍ଷକମାନେ ସ୍କୁଲରେ ରହିବେ। ସେହିପରି ଅଙ୍ଗନୱାଡି କେନ୍ଦ୍ରକୁ ପିଲାମାନେ ଆସିବେନି। ମାତ୍ର କେନ୍ଦ୍ରରେ କର୍ମୀ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ଆବଶ୍ୟକ ହେଲେ କରୋନା ଭାଇରସ ବିପର୍ଯ୍ୟୟ ବେଳେ ସ୍କୁଲଗୁଡିକକୁ ବ୍ୟବହାର କରାଯିବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ବାହାର ପର୍ଯ୍ୟଟକଙ୍କୁ ନ ରଖିବାକୁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲିଛି। ଏଠାକୁ ନ ଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛିା ସିନେମା ହଲ ବନ୍ଦ ରହିବ ଏବଂ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବନ୍ଦ କରାଯିବ। ଏଥିରୁ ନିବୃତ ରହିବାକୁ କୁହାଯାଇଛି ା ଏସବୁ ମନିଟରିଂ ପାଇଁ ଜିଲାର ୨୨ ବ୍ଲକରେ କମିଟି ଶୁକ୍ରବାର ଗଠନ କରାଯାଇଛି। ଏଥିରେ ବିଡିଓ, ତହସିଲଦାର, ଆଇଆଇସି, ବିଇଓ ଓ ଅନ୍ୟମାନେ ରହିଛନ୍ତି ା କୌଣସି ଗୁଜବପ୍ରତି ଧ୍ୟାନ ନ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଗଞ୍ଜାମ ଜିଲାକୁ ଫେରିବାବେଳେ ତାଙ୍କ ଉପରେ ନଜର ରଖିବାକୁ ଜିଲାପାଳ କହିଛନ୍ତ। ଜିଲାସ୍ତରରେ ସହାୟତା ଓ ସୂଚନା ପାଇଁ ୨ ନମ୍ବର (୦୬୮୦-୨୨୨୪୭୯୮ ଓ ୯୪୩୯୯୮୩୯୫୬) କାର୍ଯ୍ୟକ୍ଷମ ହୋଇଛି। ଏଣିକି ଜିଲା ସ୍ତରରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ ହେବ। ସରକାରୀ କର୍ମଚାରୀ ଓ ଅଧିକାରୀ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ା ପଞ୍ଚାୟତସ୍ତରରେ ଶନିବାର ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନେଇ ଏବଂ ମିଶନ ଶକ୍ତି ଜରିଆରେ ଏ ସମ୍ପର୍କରେ ସଚେତନ କରାଯିବା ଛତ୍ରପୁର ଓ ବ୍ରହ୍ମପୁର ରେଲୱେ ଷ୍ଟେଶନରେ କାଉଣ୍ଟର ଖୋଲଯାଇ ସାନିଟାଇଜର ଓ ହାତ ସଫେଇ ଉପରେ ଲୋକଙ୍କୁ ସଚେତନ
କରାଯିବ। ଏଥିସହ ପ୍ରତି ରେଲୱେ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରେ ହେଲ୍ପ ଡେସ୍କ ଖୋଳିବ ା ଅତିରିଚ୍ଛ ଜିଲାପାଳ ଅମିୟ କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମ୍‌କେସିଜି ହସ୍ପିଟାଲ ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଆରଟିଓ ସଞ୍ଜୟ ବିଶ୍ୱାଳ
ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri