ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କଲା ଗୁଗ୍‌ଲ

ନୂଆଦିଲ୍ଲୀ,୨୨।୧୧:ଭାରତରେ ବ୍ୟବହୃତ ଶୀର୍ଷ ୟୁପିଆଇ ଦେୟ ମଧ୍ୟରୁ ଗୁଗଲ ପେ’ ଅନ୍ୟତମ। ଗୁଗଲ ଏହାର ସମସ୍ତ ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଗୁଗଲ ଏହାର ୟୁଜର୍ସମାନଙ୍କୁ ଭୁଲରେ ମଧ୍ୟ ନିଜ ଫୋନରେ କିଛି ଆପ ଡାଉନଲୋଡ ନ କରିବାକୁ କହିଛି। ଗୁଗଲ କହିଛି, ଏହି ଆପ ମାଧ୍ୟମରେ ହ୍ୟାକର୍ସମାନେ ଆପଣଙ୍କ ଫୋନରେ ଆସୁଥିବା ଓଟିପି ଦେଖିପାରିବେ। ଏହା ବ୍ୟତୀତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଟଙ୍କା ମଧ୍ୟ ଖାଲି ହୋଇଯାଇପାରେ।
ଗୁଗଲ ଏହାର ୟୁଜର୍ସମାନଙ୍କୁ ସ୍କ୍ରିନ ଶେୟାର୍‌(Screen Share)ଆପ ଡାଉନଲୋଡ କରିବାକୁ ମନା କରିଛି। ଗୁଗଲ କହିଛି ଯେ କୌଣସି ମୋବାଇଲ ଆପ ଡାଉନଲୋଡ କରନ୍ତୁ ନାହିଁ, ଯେଉଁଥିରେ ସ୍କ୍ରିନ ଶେୟାରିଂ ଏବଂ ରିମୋଟ କଣ୍ଟ୍ରୋଲର ବିକଳ୍ପ ଅଛି।
ସ୍କ୍ରିନ ଶେୟାରିଂ ଆପ ସାଧାରଣତଃ ଦୂରରୁ ଡିଭାଇସ ଠିକ୍‌ କରିବା ପାଇଁ ବ୍ୟବହୃତ ହୁଏ କିନ୍ତୁ ଆଜିକାଲି ଏହା ଲୋକଙ୍କୁ ଦୂରରୁ ଠକିବା ପାଇଁ ବ୍ୟବହୃତ ହେଉଛି। Screen Share, AnyDesk ଏବଂ TeamViewer ପରି ଆପ ବହୁତ ଲୋକପ୍ରିୟ ଅଟେ। ଏସବୁ ସ୍କ୍ରିନ ଶେୟାରିଂ ଆପ। ଏହି ଆପ୍ସର ସାହାଯ୍ୟରେ ଦୂରରେ ବସିଥିବା ଯୋକଣସି ଫୋନର ସ୍କ୍ରିନ ଦେଖିପାରିବେ।
ଏହି ଆପ୍ସର ସାହାଯ୍ୟରେ ଆପଣଙ୍କ ଫୋନରେ ସଞ୍ଚିତ ଯେକୌଣସି ସୂଚନା ଦେଖାଯାଇପାରିବ। ଓଟିପି ଗୁଡିକ ମଧ୍ୟ ଦେଖାଯାଇପାରିବ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରିବ। ଯଦି ଏହି ଆପଗୁଡ଼ିକ ମଧ୍ୟରୁ କୌଣସିଟି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ କରନ୍ତୁ ବୋଲି ଗୁଗଲ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri