Posted inଫୁରସତ

ଗୁଗୁଲ ଆଇକନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ନୂଆଦିଲ୍ଲୀ, ୧୮ା୪- ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ଗୁଗୁଲ। ସର୍ଚ୍ଚ ଇଞ୍ଜିନ ଗୁଗୁଲ ଡୁଡୁଲସ୍ ସିରିଜରେ ଶନିବାର ସମସ୍ତ ଜରୁରିକାଳୀନ ସେବା କର୍ମଚାରୀଙ୍କୁ ଏକକାଳୀନ ଉପସ୍ଥାପନ କରି ସେମାନଙ୍କୁ ଧନ୍ୟବାଦ ଜଣାଯାଇଛି। ସମସ୍ତ ଡାକ୍ତର କର୍ମଚାରୀ, ଜନସ୍ବାସ୍ଥ୍ୟ, ପରିମଳ କର୍ମଚାରୀ, କୃଷକ, ଗବେଷଣାରତ କର୍ମଚାରୀ, ଗ୍ରୋସରୀ, ଖାଦ୍ୟସେବା, ପରିବହନ, ବିତରଣ, ଶିଶୁ ଯତ୍ନ କର୍ମଚାରୀ, ପ୍ୟାକେଜିଂ, ଶିପିଂ କର୍ମଚାରୀ ପ୍ରମୁଖଙ୍କୁ ଏହି ଆଇକନ ମାଧ୍ୟମରେ କୃତଜ୍ଞତା ଜଣାଯାଇଛି ।ଏହି କୋଲାଜ ଆଇକନରେ ଗୁଗୁଲ ବନାନ ପାଇଁ ଥିବା ‘ଓ’ରେ ଏହି ଯୋଦ୍ଧାମାନଙ୍କୁ ଦର୍ଶାଯାଇଛି ଓ ମଝିରେ, ଚାରିପାଖରେ ହାର୍ଟ ବା ଲଭ୍ ଇମେଜ ରହିଛି ।
କୋଭିଡ-୧୯ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ସମୟରେ ଲୋକେ ବର୍ତ୍ତମାନ ଅଧିକ ମାତ୍ରାରେ ପରସ୍ପରକୁ ସାହାଯ୍ୟ କରିବାକୁ ଏକାଠି ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଆଗଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନିବା ଏବଂ ସମ୍ମାନ ଜଣାଇବା ପାଇଁ ଏପ୍ରିଲ ୬ରୁ ଏହି ଡୁଡୁଲ ସିରିଜ ଆରମ୍ଭ କରାଯାଇଛି ବୋଲି ଡୁଡୁଲ ଟିମ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଜରୁରିକାଳୀନ ବିଭାଗର କର୍ମଚାରୀଙ୍କୁ ଏଥିରେ ସ୍ଥାନିତ କରାଯାଉଥିବାବେଳେ ଶନିବାର ସମସ୍ତଙ୍କୁ ମିଶାଇ ଏହି ଆଇକନରେ ରଖାଯାଇଛି। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ସମସ୍ତ ତଥ୍ୟ ଏବଂ ସଂକ୍ରମଣ ରୋକିବାକୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ୱେବସାଇଟରେ ସୂଚନା କରାଯାଉଛି ବୋଲି ଏହି ଟିମ୍ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri