ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ମିଳିଛି। ଏଭଳି ସ୍ଥିତିରେ ଗୁଗଲ ଏବଂ ଫେସ୍‌ବୁକ ଭଳି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରିବା ସୁବିଧା ଦେଇଛନ୍ତି। ଏହି କମ୍ପାନୀଗୁଡିକର ଅଧିକାଂଶ କର୍ମଚାରୀ ଚଳିତ ବର୍ଷ ଶେଷ ଯାଏ ଘରେ ରହି କାମ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଜୁଲାଇ ୬ରେ ଫେସ୍‌ବୁକ୍‌ ଏହାର ଅଧିକାଂଶ ଅଫିସ କାର୍ଯ୍ୟକ୍ଷମ କରାଇବ। କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡିବ ସେ ନେଇ ଏହି ସୋସିଆଲ ନେଟ୍‌ଓ୍ବାର୍କିଂ ସାଇଟ୍‌ କମ୍ପାନୀ ଏବେ ବିଚାର କରୁଛି। ସେହିଭଳି କୋଭିଡ୍‌-୧୯ ଭୂତାଣୁର ଭୟାବହତାକୁ ବିଚାରକରି ଗୁଗଲ ସମାନ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାଯାଇଛି।
ଏହି ପରିପ୍ରେକ୍ଷୀରେ ଗୁଗଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ କହିଛନ୍ତି, ଜୁଲାଇରେ ଅଫିସ ଆରମ୍ଭ ହେଲେ କର୍ମଚାରୀଙ୍କୁ ଡକାଯିବ। ମାତ୍ର ଓ୍ବାର୍କ ଫ୍ରମ୍‌ ହୋମ୍‌ ଅନ୍ତର୍ଗତ କାମ କରୁଥିବା କର୍ମଚାରୀ ଚଳିତ ବର୍ଷ ଶେଷ ଯାଏ ସେହିଭଳି ଘରୁ କାମ କରିବେ। ସୂଚନାଯୋଗ୍ୟ, ଜୁନ ୧ ପର୍ଯ୍ୟନ୍ତ ଘରୁ କାମ କରିବା ଲାଗି ଗୁଗଲ ମୁଖ୍ୟତଃ ଯୋଜନା ଧାର୍ଯ୍ୟ କରିଥିଲା। ଫେସ୍‌ବୁକରେ ବର୍ତ୍ତମାନ ୪୮,୨୬୮ ଜଣ କର୍ମଚାରୀ କାମ କରୁଛନ୍ତି। ଏହି କମ୍ପାନୀର କର୍ମଚାରୀ ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ଘରୁ କାମ କରୁଛନ୍ତି। ଅଫିସ ପୁଣି ଥରେ ଖୋଲିବା ଯୋଜନା ସମ୍ପର୍କରେ ଫେସ୍‌ବୁକ ଶୀଘ୍ର ଘୋଷଣା କରିବ। ଉକ୍ତ କମ୍ପାନୀ ଏହାର ପ୍ରମୁଖ କନ୍‌ଫରେନ୍ସଗୁଡ଼ିକୁ ମଧ୍ୟ ବାତିଲ କରି ଦେଇଛି। କେବଳ ଅନ୍‌ଲାଇନ ତଥା ଭର୍ଚୁଆଲ ଭାବେ ବୈଠକ ଅନୁଷ୍ଠିତ ହେଉଥିବା ଫେସ୍‌ବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ବଜାର ଯୋଗୁ ଅନ୍ୟ କମ୍ପାନୀଗୁଡିକ ଭଳି ଫେସ୍‌ବୁକର ରାଜସ୍ବ ଏବେ ଗଭୀର ଭାବେ ପ୍ରଭାବ ପଡିଛି। ବାଣିଜ୍ୟ ଆଶା କ୍ଷେତ୍ରରେ ଗଭୀର ଚାପ ଏବେ ସାମ୍ନା କରିବାକୁ ପଡୁଛି। ବାଣିଜ୍ୟ ଉପରେ ରହିଥିବା ଏହି ପ୍ରଭାବ ନିୟନ୍ତ୍ରଣ ବାହାରେ ରହିଛି ବୋଲି ଜୁକରବର୍ଗ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri