Categories: ବାଣିଜ୍ୟ

ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍ ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନ ଥିଲେ। ଫଳରେ ଏବେ ଏହି ଆପ୍‌କୁ ହଟାଇ ଦେବା ଲାଗି ଗୁଗଲ ଓ ଆପଲ ବାଧ୍ୟ ହୋଇଛି। ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍‌ର ଆପ୍‌ ଷ୍ଟୋରରେ ଏବେ ଟିକଟକକୁ ଖୋଜିଲେ ମିଳୁ ନାହିଁ। ସୂଚନାଥାଉ କି, ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩ରେ ଏହି ଆପ୍‌କୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏହି ମୋବାଇଲ ଆପ୍‌ ଜରିଆରେ ପର୍ନୋଗ୍ରାଫି ଏବଂ ଆପତ୍ତିଜନକ ସାମଗ୍ରୀ ଉପଲବ୍ଧ କରାଯାଉଛି ବୋଲି ମିଡିଆ ରିପୋର୍ଟକୁ ଆଧାର କରି ହାଇକୋର୍ଟ ରାୟ ଦେଇଥିଲେ। ମିଡିଆ ମଧ୍ୟ ଟିକଟକ ଆପ୍‌ ନ ଚଳାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟ ରାୟ ଓ ସୁପ୍ରିମକୋର୍ଟ ରହିତାଦେଶ ଦେବାକୁ ମନା କରିଦେବା ପରେ ମଧ୍ୟ ଟିକଟକ ପ୍ରସାରଣ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁଗଲ ଓ ଆପଲକୁ ହାଇକୋର୍ଟ ରାୟ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଡାଉନଲୋଡ ହୋଇଥିବା ଏହି ଆପ୍‌ ପ୍ରସାରଣ ସମ୍ଭବ ହେଉଥିବାରୁ ହାଇକୋର୍ଟ ରାୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ବର୍ତ୍ତମାନର ବ୍ୟବହାରକାରୀ ଏହାକୁ ଶେୟାରଇଟ୍‌ ଭଳି ଆପ୍‌ ଜରିଆରେ ଶେୟାର କରିପାରିବେ। ଶେୟାର ହେବା ପରେ ଜଣେ ନୂଆ ବ୍ୟବହାରକାରୀ ଏହାକୁ ଇନ୍‌ଷ୍ଟଲ କରି ବ୍ୟବହାର କରିପାରିବେ। ଏହାକୁ ରୋକାଯିବା ଆବଶ୍ୟକ। ସୂଚନାଥାଉ କି, ଚାଇନାର ଏହି ଆପ୍‌ ଭାରତରେ ଯୁବବର୍ଗଙ୍କ ଭିତରେ ବେଶ ଲୋକପ୍ରିୟ ହୋଇପାରିଛି।

Share